CHARIDHAM

ବର୍ଷା ସାଜିଛି ବାଧକ: ଭୂସ୍ଖଳନରେ ଫସିଥିଲେ ୫୭ ଶ୍ରମିକ, ୩୨ ଉଦ୍ଧାର

ଡେରାଡୁନ,୨୮ା୨: ଉତ୍ତରାଖଣ୍ଡର ବଦ୍ରିନାଥ ଏବଂ ମାନା ଗ୍ରାମ ନିକଟରେ ଥିବା ଖାଲରେ ଫସି ରହିଥିବା ୫୭ଜଣ ଶ୍ରମିକଙ୍କ ମଧ୍ୟରୁ ୩୨ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା କିଛି ଶ୍ରମିକଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ତାଙ୍କୁ ମାନା ଗ୍ରାମ ନିକଟ ଆଇଟିବିପି କ୍ୟାମ୍ପକୁ ପଠାଯାଇଛି।

ଚାମୋଲି ଜିଲ୍ଲା ଅନ୍ତର୍ଗତ ସୀମାନ୍ତ ଗ୍ରାମ ମାନା ନିକଟ ଉଚ୍ଚ ଉଚ୍ଚତାରେ ବରଫ ସଫା କରୁଥିବା ସୀମା ସଡକ ସଂଗଠନ (BRO) କର୍ମଚାରୀମାନେ ଅଟକି ଯାଇଥିଲେ। ବଦ୍ରିନାଥ ଠାରୁ ପ୍ରାୟ ତିନି କିଲୋମିଟର ଦୂରରେ ଥିବା ମାନା ହେଉଛି ଭାରତ-ତିବ୍ଦତ ସୀମାରେ ଅବସ୍ଥିତ ଶେଷ ଗ୍ରାମ, ଯାହା ୩୨୦୦ ମିଟର ଉଚ୍ଚରେ ଅବସ୍ଥିତ ।ଖରାପ ପାଗ ଯୋଗୁ ବର୍ତ୍ତମାନ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ବନ୍ଦ କରାଯାଇଛି।

ଉଦ୍ଧାର କାର୍ଯ୍ୟରେ ଖରାପ ପାଗ ଏକ ଚ୍ୟାଲେଞ୍ଜ

ଚାମୋଲି ଜିଲ୍ଲା ମାଜିଷ୍ଟ୍ରେଟ ସନ୍ଦୀପ ତିୱାରୀ କହିଛନ୍ତି, ବରଫରେ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ଅନେକ ଦଳ ନିୟୋଜିତ ଅଛନ୍ତି, କିନ୍ତୁ ଏହି ଅଞ୍ଚଳରେ ପାଗ ଚ୍ୟାଲେଞ୍ଜ ହୋଇ ରହିଛି। ସେ କହିଛନ୍ତି ଯେ ଏପର୍ଯ୍ୟନ୍ତ ଆହତଙ୍କ ଖବର ନାହିଁ। ବରଫରେ ଫସି ରହିଥିବା ଶ୍ରମିକମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ସମସ୍ତ ଉଦ୍ୟମ କରାଯାଉଛି ବୋଲି ଉତ୍ତରପ୍ରଦେଶ ସିଏମ ପୁଷ୍କର ସିଂ ଧାମି କହିଛନ୍ତି। ସେ କହିଛନ୍ତି, ରାଜ୍ୟର ବିପର୍ଯ୍ୟୟ ପରିଚାଳନା ଦଳ ଏବଂ ସମଗ୍ର ପ୍ରଶାସନ ସମ୍ପୂର୍ଣ୍ଣ ସତର୍କ ଅଛନ୍ତି।

ସେନା, NDRF ଏବଂ SDRF ଟିମ୍ ନିୟୋଜିତ କରାଯାଇଛି। ସମଗ୍ର ଅଞ୍ଚଳରେ ଆଣ୍ଠୁଏ ଗଭୀର ବରଫ ଅଛି। ଖରାପ ପାଗ ଉଦ୍ଧାର କର୍ମଚାରୀଙ୍କ ପାଇଁ ଅସୁବିଧା ସୃଷ୍ଟି କରିଛି। ଉତ୍ତରାଖଣ୍ଡ ସିଏମ୍ କହିଛନ୍ତି ଯେ ଉଦ୍ଧାର କାର୍ଯ୍ୟରେ ଆଇଟିବିପି, ସେନା ଏବଂ ବାୟୁସେନା କର୍ମଚାରୀ ଏବଂ ସ୍ଥାନୀୟ ଅଧିକାରୀ ନିୟୋଜିତ ଅଛନ୍ତି। ଖରାପ ପାଣିପାଗ ଏବଂ ଦୃଶ୍ୟମାନତା ହେତୁ ହେଲିକପ୍ଟର ଯୋଗେ ଉଦ୍ଧାର କାର୍ଯ୍ୟ ସମ୍ଭବ ନୁହେଁ ବୋଲି ସେ କହିଛନ୍ତି।