fbpx

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ପ୍ରାଣ ହରାଇଲେ ଏସଡିଜେଏମ…

କରଞ୍ଜିଆ: ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲେ ରାଇରଙ୍ଗପୁର ଏସଡିଜେଏମ । ଗୁରୁବାର ସନ୍ଧ୍ୟାରେ ଏକ ଭୟଙ୍କର କାର୍ ଦୁର୍ଘଟଣା ରାଇରଙ୍ଗପୁର ଏସଡିଜେଏମ ସ୍ମରଣିକା ପ୍ରଧାନଙ୍କ ମୃତ୍ୟୁ ଘଟିଛି । ଯଶିପୁର ମେଡିକାଲରେ ଏସଡିଜେଏମଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର ।

ସୂଚନା ଅନୂଯାୟୀ, ଏସଡିଜେଏମ ସ୍ମରଣିକା ପ୍ରଧାନ ସ୍ୱାମୀଙ୍କ ସହ ଗାଡ଼ିରେ ରାଇରଙ୍ଗପୁରରୁ କରଞ୍ଜିଆ ଦେଇ ଘର ଚିଲିକା ଅଭିମୁଖେ ଯାଉଥିବା ବେଳେ ଯଶିପୁର ଚାଇଁନେବଦା ଛକ ନିକଟରେ ଭାରସାମ୍ୟ ହରାଇ ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇ ଗାଡିଟି ଓଲଟି ପଡ଼ିଥିଲା ।

ଦୁର୍ଘଟଣାପରେ ଜଣାପଡିଥିଲା ଯେ, ରାଇରଙ୍ଗପୁର ଏସଡିଜେଏମ ସ୍ମରଣିକା ପ୍ରଧାନ ଯାଉଥିବା ସମୟରେ ଏଭଳି ଏକ ଅଘଟଣ ଘଟିଛି । ଜଣାପଡିଛି ଯେ, ଗାଡି ନିଜେ ତାଙ୍କ ନିଜ ସ୍ୱାମୀ ଚଲାଉଥିଲେ ସେହି ସମୟରେ  ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲା । ମୃତକଙ୍କ ଉପରେ ଦୀର୍ଘ ସମୟ ଧରି ଗାଡ଼ି ରହିଥିବାରୁ ମୃତ୍ୟୁ ହୋଇଥିବା ନେଇ କୁହାଯାଉଛି । ସ୍ମରଣିକା ପ୍ରଧାନ ଦୀର୍ଘ ଦେଢ଼ ବର୍ଷ ହେବ ଏସଡିଜେଏମ କୋର୍ଟରେ କାର୍ଯ୍ୟରତ ରହିଥିଲେ ।

Get real time updates directly on you device, subscribe now.