fbpx

୫୦୦ ଟଙ୍କାରେ ସିଲିଣ୍ଡର ପରେ ଏବେ ଅଟା,ତେଲ,ଡାଲିର ଦର ମଧ୍ୟ କମିବ ବୋଲି ସୂଚନା ଦେଲେ ଗେହଲଟ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଦରଦାମ ବୃଦ୍ଧି ସମସ୍ତଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । କିନ୍ତୁ ଏହି ସମୟରେ ରାଜସ୍ତାନ ସରକାର କିଛି ଅଲଗା ପଦକ୍ଷେପ ନେଉଛନ୍ତି ଯାହା ପାଇଁ ତାଙ୍କ ଉପରେ ତାଙ୍କ ରାଜ୍ୟବାସୀ ଅତ୍ୟନ୍ତ ଖୁସି ହେଇଯାଇଛନ୍ତି । ରାଜସ୍ତାନର ମୁଖ୍ୟମନ୍ତ୍ରୀ ୫୦୦ ଟଙ୍କାରେୀ ଗ୍ୟାସ ସିଲିଣ୍ଡର ଯୋଗାଇବେ ବୋଲି ପ୍ରତିଶୃତି ଦେବାପରେ ଏବେ ପୁଣି ନୂଆ ଘୋଷଣା କରିଛନ୍ତି ।

ରାଜସ୍ତାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି ଯେ ଏବେ ଅଟା,ତେଲ ,ଡାଲି ମହଙ୍ଗା ହେବାର ଲାଗିଛି ।ଆମେ ଚାହିଁବୁ ଏହା କିପରି କମଦାମରେ ମିଳିବ । ଯେଉଁଭଳି ଭାବରେ ମାସିକ ଖର୍ଚ୍ଚ କମ ହୋଇପାରିବ ଆମେ ସେହି ଦିଗ ଉପରେ କାର୍ଯ୍ୟକରିବୁ । ଯେଉଁଠାରେ ସିଲିଣ୍ଡରର ମୂଲ୍ୟ ୧୦୪୦ ଅଛି ଆମେ ସେଡି ଆପଣଙ୍କୁ ୫୦୦ ଟଙ୍କାରେ ଦେବା ପାଇଁ କଥା ଦେଇଛୁ । କେବଳ ଏତିକି ନୁହେଁ ଆମେ ରାସନ ସାମଗ୍ରୀର କିଟ ଦେବୁ ଯାହା ଦ୍ୱାରା ଲୋକମାନଙ୍କୁ କିଛି ସୁବିଧା ମିଳିପାରିବ ।

ଏହାବାଦ ସେ କହିଛନ୍ତି ଆମେ ୧ଲକ୍ଷ୨୫ ହଜାର ଚାକିରୀ ଯୋଗେଇ ଦେବା ଦିଗରେ କାର୍ଯ୍ୟ ଆରମ୍ଭ କରିଛୁ, ଇଣ୍ଟରଭ୍ୟୁ ଚାଲିଛି ପରୀକ୍ଷା ଚାଲିଛି । ୧ଲକ୍ଷ୩୫ହଜାର ଚାକିରି ଦିଆ ସରିଛି । ଆହୁରୀ ୧ଲକ୍ଷ ଚାକିରୀ ପାଇଁ ମଧ୍ୟ ଘୋଷଣା କରାଯାଇଛି । ଗଣମାଧ୍ୟମକୁ ସୂଚନାଦେଇ ସେ କହିଛନ୍ତି ଯେ ପ୍ରାୟ ୩ଲକ୍ଷ ୫୫ହଜାର ଚାକିରୀ ଯୋଗାଇ ଦିଆଯିବ । ମୁଖ୍ୟମନ୍ତ୍ରୀ ମହଙ୍ଗା ମାଡ ସହ ବେରୋଜଗାର ସହିତ ଲଢ଼ିବା ପାଇଁ ଏହି ପଥ ଆପଣେଇଛନ୍ତି ବୋଲି କହିଛନ୍ତି । ରାହୁଲଗାନ୍ଧୀ ଯେଉଁ ନୀତି ଆପଣେଇବା ପାଇଁ କହିଛନ୍ତି ଆମେ ସେହି ଦିଗରେ କାମ କରୁଛୁ ବୋଲି ଗେହଲଟ କହିଛନ୍ତି । ରୋଷେଇ ଘରର ମହଙ୍ଗା ମାଡକୁ କମ କରିବା ପାଇଁ ଯେଉଁ ସବୁ ପଥ ଆପଣେଇବାକୁ ପଡିବ ଆମେ କରିବୁ ବୋଲି ସେ କହିଛନ୍ତି ।

ଗେହଲଟ ଗଣମାଧ୍ୟମକୁ ସୂଚନା ଦେବା ସମୟରେ କହିଛନ୍ତି ଯେ ବିଜେପି ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାଦେଖି ଡରି ଯାଇଛି । ସେଥିପାଇଁ ଏହି ଯାତ୍ରାକୁ ସ୍ଥଗିତ ରଖିବା ପାଇଁ କହୁଛନ୍ତି । ଲୋକାମାନଙ୍କ ଯେଉଁମାତ୍ରାରେ ସମର୍ଥନ ମିଳୁଛି ତାହାକୁ ଦେଖି ବିଜେପି ସହିପାରୁ ନାହିଁ । ତେଣୁ ଏହି ପ୍ରହସନ କରୁଛି ।

 

Get real time updates directly on you device, subscribe now.