fbpx

ବିଜେପି ବିଧାୟକଙ୍କ ପରଲୋକ: ହାର୍ଟ ଆଟାକରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ଅମୃତଲାଲ ମୀଣା

ନୂଆଦିଲ୍ଲୀ: ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ରାଜସ୍ଥାନର ବିଜେପି ବିଧାୟକ ଅମୃତଲାଲ ମୀଣାଙ୍କ ପରଲୋକ ଘଟିଛି । ବୁଧବାର ବିଳମ୍ବିତ ରାତିରେ ଅଚାନକ ମୀଣାଙ୍କ ସ୍ୱାସ୍ଥ୍ୟ ବିଗିଡ଼ି ଯାଇଥିଲା । ଏହାପରେ ତାଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲକୁ ନିଆଯାଇଥିଲା । ତେବେ ହାର୍ଟ ଆଟାକ କାରଣରୁ ମୀଣାଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି । ଏହି ଖବର ପାଇବା ପରେ ବିଜେପିର ବହୁ ପଦାଧିକାରୀ ଓ ସମର୍ଥକମାନେ ହସ୍ପିଟାଲ ପହଞ୍ଚିଥିଲେ । ମୀଣାଙ୍କ ଅଚାନକ ବିୟୋଗରେ ବିଜେପି ଓ ଅନ୍ୟ ଦଳ ସହ ଜଡ଼ିତ ବହୁ ବରିଷ୍ଠ ରାଜନୈତି ବ୍ୟକ୍ତିବିଶେଷ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

ମୀଣା ରାଜସ୍ଥାନର ସାଲୁମ୍ଭର ବିଧାନସଭା ଆସନର ବିଜେପି ବିଧାୟକ ରହିଥିଲେ । ସେ ତୃତୀୟ ଥର ପାଇଁ ଉକ୍ତ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବିଧାନସଭା କ୍ଷେତ୍ରରେ ମୀଣାଙ୍କର ଏକ ମଜବୁତ ସଂଗଠନ ରହିଥିଲା । ୨୦୧୩ରେ ମୀଣା ପ୍ରଥମ ଥର ପାଇଁ ବିଧାନସଭାକୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ସେ ୨୦୧୮ ଓ ୨୦୨୩ରେ କଂଗ୍ରେସ ନେତା ରଘୁବୀର ମୀଣାଙ୍କୁ ପରାସ୍ତ କରି ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

Get real time updates directly on you device, subscribe now.