fbpx

ଆତ୍ମହତ୍ୟାକଲେ ସାଧୁ ,ବିଜେପି ବିଧାୟକଙ୍କ ନାମରେ ସଙ୍ଗୀନ ଆରୋପ…….

Advertisement

ଜାଲୋର: ଜମିବିବାଦ ପାଇଁ ସାଧୁ ହାରିଲେ ଜୀବନ । ଆଉ ସୁଇସାଇଡ ନୋଟରେ ଲେଖିଲେ ବିଜେପି ବିଧାୟକଙ୍କ ନାମ । ରାଜସ୍ଥାନ ଜାଲୋରର ଶ୍ରୀ ବାଲାଜୀ ହନୁମାନ ମନ୍ଦିର ଆଶ୍ରମର ୬୦ ବର୍ଷର ସାଧୁ ରବିନ୍ଦ୍ରନାଥ ଜମି ବିବାଦ କଥା ଉଲ୍ଲେଖ କରିବା ସହ ତାଙ୍କ ଶବ ବ୍ୟବଚ୍ଛେଦ ନ କରିବା ପାଇଁ ପ୍ରଶାସନକୁ ଅନୁରୋଧ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଏହି ସୁଇସାଇଡ ନୋଟରେ ସାଧୁ ଜମିବିିବାଦ କଥା ଉଲ୍ଲେଖ କରିବା ସହିତ ଏହା ପଛରେ ବିଜେପି ବିଧାୟକଙ୍କୁ ଦାୟୀ କରିଛନ୍ତି । ପ୍ରାଥମିକ ସୂଚନା ଅନୁସାରେ,ରାଜପୁର ଗ୍ରାମରେ ଥିବା ସୁନ୍ଧା ମାତା ମନ୍ଦିର ନିକଟରେ ଥିବା ଗୋଟିଏ ଗଛରେ ସାଧୁ ରବିନ୍ଦ୍ର ଫାଶୀ ଦେଇଥିଲେ । ପୋଲିସ ତାଙ୍କର ସୁଇସାଇ ନୋଟକୁ ଲୁଚାଇ ଦେଇଛି ଏହା ସହ ଶବ ବ୍ୟବଚ୍ଛଦ ପାଇଁ ମନା କରିଥିବା ଆଶ୍ରମର କିଛି ଅନ୍ୟ ସାଧୁ ମାନେ ଅଭିଯୋଗ କରିଛନ୍ତି ।
ବର୍ତ୍ତମାନ ସୁଦ୍ଧା ଯାହା ସୂଚନା ରହିଛି ଆଶ୍ରମର ପଛରେ ଥିବା ଜମି ବିଜେପି ବିଧାୟକ ପୁରରାମ ଚୌଧୁରୀଙ୍କର । ଆଶ୍ରମ ମାଲିକାନାରେ ଥିବା ଜମିରେ ରାସ୍ତା ନିର୍ମାଣ ଲାଗି ବିଧାୟକ ଚୌଧୁରୀ ଚକ୍ରାନ୍ତ କରୁଥିଲେ । ତେବେ ଏହି କାରଣରୁ ବିବାଦ ଆରମ୍ଭ ହୋଇଥିବାର ଆଶା କରାଯାଉଛି ।
ତେବେ ଜମି ପରିସର ମାପ ଚୁପ କରିବା ପାଇଁ କିଛି ଦିନ ତଳେ ବିଧାୟକ କିଛି ଲୋକଙ୍କୁ ପଠାଇ ଥିଲେ ଆଉ ଏହି କାରଣରୁ ସାଧୁ ବିବ୍ରତ ହୋଇ ପଡିଥିଲେ । ତେବେ ଏହି କିଛି କାରଣରୁ ସାଧୁ ହତ୍ୟା କରିଥିବାର କୌଣସି ଠୋଷ କାରଣ ମିଳୁ ନଥିବା ବେଳେ ଏହା ପଛରେ ଆଉ କିଛି କାରଣ ଅଛି ବୋଲି ଆଶା କରାଯାଉଛି ।

ତେବେ ଏହି ଘଟଣାରେ ବିଧାୟକ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଆଉ କହିଛନ୍ତି ଏହି ଜମି ମୋର ଆଉ ତହସିଲଦାରଙ୍କ ଅନୁମତିକ୍ରମେ ଲୋକ ସେଠାକୁ ମାପ ଚୁପ କରିବାକୁ ଯାଇଥିଲେ ।ଏହି ଜମିକୁ ନେଇ କୌଣସି ବିବାଦ ଆଗରୁ ନଥିଲା । ତେଣୁ ବର୍ତ୍ତମାନ ଏହି ଘଟଣାକୁ ନେଇ କୌଣସି ସତ୍ୟାସତ ସାମ୍ନାକୁ ଆସି ନାହିଁ । କିନ୍ତୁ ଏହି ଘଟଣାରେ ବିଧାୟକଙ୍କ ସମ୍ପୃକ୍ତି ଥିବାର ଆଶା କରାଯାଉଛି ।

Get real time updates directly on you device, subscribe now.