fbpx

୧୫ ମନ୍ତ୍ରୀଙ୍କ ସହିତ କ୍ୟାବିନେଟ ସଂପ୍ରସାରଣ କଲେ ଗେହଲଟ୍: ପାଇଲଟ୍ ଅନୁଗାମୀଙ୍କୁ ପ୍ରାଧାନ୍ୟ

Advertisement

ନୂଆଦିଲ୍ଳୀ: ରବିବାର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ନିଜର କ୍ୟାବିନେଟ ସଂପ୍ରସାରଣ କରିଛନ୍ତି । ଶନିବାର ସମସ୍ତ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ପ୍ରଦାନ କରିଥିବା ବେଳେ ରବିବାରର ଶପଥ ଗ୍ରହଣ ଉତ୍ସବରେ ସଚିନ ପାଇଲଟଙ୍କ ଗୋଷ୍ଠୀକୁ ପ୍ରାଧାନ୍ୟ ଦିଆଯାଇଥିବା ଦେଖିବାକୁ ମିଳିଛି । ସମୁଦାୟ ୧୫ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଥିବା ଜଣାପଡିଛି ।

ଶପଥ ନେଇଥିବା ୧୫ ଜଣ ମନ୍ତ୍ରୀଙ୍କ ମଧ୍ୟରେ ସଚିନ ପାଇଲଟଙ୍କ ଦୃଢ ସମର୍ଥକ ହେମାରାମ ଚୌଧୁରୀ, ମୁରଲୀ ଲାଲ ମୀନା, ଜାହିଦା ଖାନ, ରାଜେନ୍ଦ୍ର ସିଂ ଗୁଧା ଏବଂ ବ୍ରିଜେନ୍ଦ୍ର ଓଲାଙ୍କୁ କ୍ୟାବିନେଟରେ ସାମିଲ କରାଯାଇଛି । ଏହା ସହିତ ମହେନ୍ଦ୍ରଜିତ ସିଂ ମାଲବୀୟ, ଶକୁନ୍ତଳା ରାୱତ, ଗୋବିନ୍ଦ ରାମ ମେଘୱାଲ, ମହେଶ ଯୋଶୀ, ରାମଲାଲ ଜାଟ, ବିଶ୍ୱେନ୍ଦ୍ର ସିଂ, ମମତା ଭୂପେଶ ଓ ଟିକାରାମ ଜୁଲିଙ୍କୁ ଏହି କ୍ୟାବିନେଟରେ ସାମିଲ କରାଯାଇଛି । ରାଜ୍ୟପାଳ ଏମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ସମୁଦାୟ ୧୫ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୧୧ ଜଣ କ୍ୟାବିନେଟ ଏବଂ ୪ ଜଣ ରାଷ୍ଟ୍ର ମନ୍ତ୍ରୀ ସାମିଲ ଅଛନ୍ତି ।

Get real time updates directly on you device, subscribe now.