fbpx

ରାଜସ୍ଥାନରେ କ୍ୟାବିନେଟ ଗଠନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଭଜନ ଲାଲଙ୍କ ୫ଟି ବଡ଼ ନିଷ୍ପତ୍ତି

Advertisement

ଜୟପୁର: ରାଜସ୍ଥାନରେ ଗଠନ ହେବ କି ଡବଲ ଇଞ୍ଜିନ ସରକାର ? ଏନେଇ ରାଜସ୍ଥାନର ରାଜନୈତିକ ମାହୋଲ ବେଶ ସରଗରମ ରହିଛି । ବର୍ତ୍ତମାନ ଆକ୍ସନ ମୋଡ଼ରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା । ରାଜ୍ୟରେ କ୍ୟାବିନେଟ ଗଠନ ପୂର୍ବରୁ ସରକାର କ୍ଷମତାକୁ ଆସିବା ପୂର୍ବରୁ ଜନସାଧାରଣଙ୍କୁ ଦେଇଥିବା ୫ଟି ବଡ଼ ପ୍ରତିଶ୍ରୁତି ପୂରଣ କରିବା ପାଇଁ ଘୋଷଣା କରିଛନ୍ତି । ବର୍ତ୍ତମାନ କ୍ୟାବିନେଟ ଗଠନ ପରେ ସରକାରଙ୍କ କାର୍ଯ୍ୟ ଆହୁରି ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଉଛି । ତେବେ କ୍ଷମତାକୁ ଆସିବା ପରେ ବିଜେପି ସରକାର ଏହି ୫ଟି ନିଷ୍ପତ୍ତି ନେଇଥିଲେ:

୧. ପେପର ଲିକ୍ ମାମଲାରେ ଯାଞ୍ଚ ପାଇଁ ଏସ୍‌ଆଇଟି ଗଠନ
୨. ସଂଗଠିତ ଅପରାଧର ଦୂରିକରଣ ପାଇଁ ଆଣ୍ଟି ଗ୍ୟାଙ୍ଗଷ୍ଟର ଟାସ୍କ ଫୋର୍ସ ଗଠନ
୩. ଉଜ୍ଜ୍ୱଳା ଯୋଜନା ଅନ୍ତର୍ଗତ ଆସନ୍ତା ବର୍ଷ ଜାନୁଆରୀ ୧ରୁ ୪୫୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ଉପଲବ୍ଧ କରାଇବା
୪. ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଗତ ସାଧାରଣ ଜନତାଙ୍କୁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା
୫. ଇଆରସିପି ଯୋଜନାର ଶୁଭାରମ୍ଭ

ଆଗାମୀ ୨୦୨୪ ନିର୍ବାଚନ ଉପରେ ଏହି ସବୁ ନିଷ୍ପତ୍ତିର ପ୍ରଭାବ ପଡ଼ିପାରେ ବୋଲି ବିଜେପି ଆଶାୟୀ ଅଛି ।

Get real time updates directly on you device, subscribe now.