ପଞ୍ଜାବ ପରେ ଏବ ରାଜସ୍ଥାନ କଂଗ୍ରେସରେ ହଲ୍‌ଚଲ୍‌, ବଦଳିପାରେ ସରକାର: ଦିଲ୍ଲୀରେ ବୈଠକ ପରେ ବୈଠକ ଚାଲିଛି…

ନୂଆଦିଲ୍ଲୀ : ପଞ୍ଜାବ ପରେ ଏବ ରାଜସ୍ଥାନ କଂଗ୍ରେସରେ ପରିବର୍ତ୍ତନର ବିଚାର କରୁଛନ୍ତି କଂଗ୍ରେସ ହାଇକମାଣ୍ଡ । ଏଥିଲାଗି ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ଦିଲ୍ଲୀରୁ ଆରମ୍ଭ କରି ଜୟପୁର ପର୍ଯ୍ୟନ୍ତ ରାଜନୈତିକ ମାହୋଲ ଏବେ ଉଷ୍ମ ହେବାରେ ଲାଗିଛି । ହେବାକୁ ଥିବା ପରିବର୍ତ୍ତନ ଲାଗି ଦିଲ୍ଲୀରେ ଏବେ ବୈଠକ ପରେ ବୈଠକ ଅନୁଷ୍ଠିତ ହେଉଛି । ଏଥିରେ ସଚ୍ଚିନ ପାଇଲଟ ଶୁକ୍ରବାର ଠାରୁ ଦିଲ୍ଲୀରେ ଡେରା ପକାଇଛନ୍ତି । ପାଇଲଟ ଶୁକ୍ରବାର ରାହୁଲ ଓ ପ୍ରିୟଙ୍କା ଗାନ୍ଧିଙ୍କୁ ଭେଟିଥିଲେ । ଶନିବାର ମଧ୍ୟ ସେ ଦଳର କେତେକ ନେତାଙ୍କୁ ଭେଟିଥିବା ଜଣାପଡିଛି । ପାଇଲଟଙ୍କ ଏହି ସାକ୍ଷାତ ଆଲୋଚନାକୁ ରାଜସ୍ଥାନରେ ପରିବର୍ତ୍ତନ ସହ ଯୋଡି ଦେଖା ଯାଉଛି । ବରିଷ୍ଠ କଂଗ୍ରେସ ନେତା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ଅକ୍ଟୋବର ୧ ତାରିଖ ଦିନ ଜୟପୁର ଯାଉଥିବା ଜଣାପଡିଛି । ଏହି ଗସ୍ତକାଳରେ ସେ ରାଜସ୍ଥାନ ମନ୍ତ୍ରୀମଣ୍ଡଳର ମନ୍ତ୍ରୀ ଓ ବିଧାୟକଙ୍କ ବୈଠକ କରିବେ ବୋଲି କୁହାଯାଉଛି ।