fbpx

(Video) ମୁଣ୍ଡରେ ଓଢଣା ଦେଇ ଅନର୍ଗଳ ଇଂରାଜୀ କହିଲେ ସରପଞ୍ଚ, ଛାନିଆ ହୋଇଗଲେ ଟିନା ଡାବି

ନୂଆଦିଲ୍ଲୀ:  ଚର୍ଚ୍ଚାରେ ମୁଣ୍ଡରେ ଓଢଣୀ ଦିଆ ମହିଳା ସରପଞ୍ଚ । ନିପଟ ମଫସଲ ଗାଁର ସରପଞ୍ଚଙ୍କ ପାଟିରୁ ବାହାରୁଛି ଅନର୍ଗଳ ଇଂରାଜୀ । ସରପଞ୍ଚଙ୍କ ଇଂରାଜୀ ଶୁଣି ଛାନିଆ ହେଲେ ଆଇଏସଏସ ଅଧିକାରୀ । ରାଜସ୍ଥାନରେ ଦେଖିବାକୁ ମିଳିଛି ଏହି କୌତୁହଳ ଘଟଣା । ଉକ୍ତ ମହିଳାଙ୍କ ଇଂରାଜୀ ଭାଷଣ ବର୍ତ୍ତମାନ ସୋସିଆଲ ମିଡିଆରେ ବେସ୍ ଭାଇରାଲ ହେବାରେ ଲାଗିଛି । ସର୍ବଦା ଚର୍ଚ୍ଚାରେ ରହୁଥିବା ଟିନା ଡିବିଙ୍କ ସାମ୍ନାରେ ହିଁ ସରପଞ୍ଚ ଅନର୍ଗଳ ଭାଷଣ ଦେଇଛନ୍ତି ।

ମହିଳା ସରପଞ୍ଚ ଜଣକ ମୁଣ୍ଡରେ ଓଢଣା ଦେଇ ଅନର୍ଗଳ ଇଂରାଜୀ କହୁଥୁବା ସମୟରେ ମଞ୍ଚରେ ଜିଲ୍ଲା କଲେକ୍ଟର ଟିନା ଡିବି ମଧ୍ୟ ଉପସ୍ଥିତ ରହିଥିଲେ । ସରପଞ୍ଚଙ୍କ ଭାଷଣ ଶୁଣି ଚକିତ ହେବାର କିଛି ସମୟ ପରେ ସେ ମଧ୍ୟ ତାଳି ମାରି ଉତ୍ସାହିତ କରିଥିଲେ । ଉକ୍ତ ମହିଳା ସରପଞ୍ଚଙ୍କ ନାମ ହେଉଛି ସୋନୁ କମ୍ବର । ସେ ଟିନା ଡିବିକୁ ପ୍ରଶଂସା କରି ଇଂରାଜୀରେ କହିଛନ୍ତି, ମୋତେ ଆଜିର କାର୍ଯ୍ୟକ୍ରମରେ ସାମିଲ କରିଥିବାରୁ ମୁଁ ବହୁତ ଖୁସି ଅନୁଭବ କରୁଛି । ଏହି ମଞ୍ଚରେ ମହିଳା ସଶକ୍ତିକରଣ ଦେଖି ମୋତେ ଅତ୍ୟନ୍ତ ଖୁସି ହେଉଛି । ଏହା ବ୍ୟତୀତ ପାଣିକୁ ନେଇ ମଧ୍ୟ ବକ୍ତବ୍ୟ ଦେଇଛନ୍ତି ମହିଳା ସରପଞ୍ଚ । ପାଣି ବିନା ଜୀବନ ଅସମ୍ଭବ । ପାଣିର ମହତ୍ତ୍ବକୁ ଦର୍ଶାଇ ସେ ନିଜ ବକ୍ତବ୍ୟ ଶେଷ କରିଛନ୍ତି । ଗାଁର ମହିଳା ସରପଞ୍ଚ ପାରମ୍ପରିକ ପୋଷାକ ଏବଂ ମୁଣ୍ଡରେ ଓଢଣା ଦେଇ ଇଂରାଜୀରେ ଭାଷଣ ସମୟର ସେହି 51 ସେକେଣ୍ଡ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.