fbpx

ଅଭିନୟ ଦୁନିଆରୁ ସବୁଦିନ ପାଇଁ ଅବସର ନେବେ ରଜନୀକାନ୍ତ! ଅଗଣିତ ଫ୍ୟାନ୍ସଙ୍କୁ ଲାଗିଲା ବଡ଼ ଝଟକା

Advertisement

ନୂଆଦିଲ୍ଲୀ: ମନୋରଞ୍ଜନ ଧର୍ମୀ ଦୁନିଆକୁ ଅନେକ ନୂଆ କଳାକାର ଆସନ୍ତି ଆଉ ନିଜର ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ଘର କରିନିଅନ୍ତି । କିଏ ଦଶନ୍ଧି ଦଶନ୍ଧି ଧରି ନିଜର ଅଭିନୟର ଯାଦୁରେ ଦର୍ଶକଙ୍କ ହୃଦୟରେ ରହି ପାରୁଛି ତ ଆଉ କିଏ ଗୋଟିଏ ବା ଦୁଇଟି ଫିଲ୍ମ ପରେ ଗାଏବ୍ ହୋଇ ଯାଉଛି । ତେବେ ଅନେକ ସମୟରେ ବହୁ ବଡ଼ ବଡ଼ ଅଭିନେତା, ଅଭିନେତ୍ରୀ ଅଚାନକ ଅଭିନୟ ଜଗତରୁ ସନ୍ନ୍ୟାସ ଘୋଷଣା କରିଥାନ୍ତି । ଏଭଳି ସ୍ଥିତିରେ ସେମାନଙ୍କର ଫ୍ୟାନ୍ସଙ୍କୁ ଲାଗିଥାଏ ଏକ ବଡ଼ ଝଟକା ।

ସୂଚନା ମୁତାବକ, ଖୁବଶୀଘ୍ର ଦେଶର ଜଣେ କିମ୍ବଦନ୍ତୀ ଅଭିନେତା ଅଭିନୟ ଦୁନିଆରୁ ସବୁଦିନ ପାଇଁ ବିଦାୟ ନେବାକୁ ଯାଉଛନ୍ତି । ହିନ୍ଦି ଓ ସାଉଥ ଫିଲ୍ମରେ ନିଜର ଅଭିନୟର ପରାକାଷ୍ଠା ଦେଖାଇଥିବା ଅଭିନେତା ରଜନୀକାନ୍ତ ଖୁବଶୀଘ୍ର ରଙ୍ଗୀନ ଦୁନିଆରୁ ବିଦାୟ ନେବାକୁ ଯାଉଛନ୍ତି । ସେ ଆଗକୁ କେବଳ ଗୋଟିଏ ଫିଲ୍ମରେ ଅଭିନୟ କରିବା ପରେ ଅଭିନୟର ଯାତ୍ରାରୁ ଅବସର ନେବେ ।

ତେବେ ଅଭିନୟ ଦୁନିଆରୁ ବିଦାୟ ନେବା ବିଷୟରେ ରଜନୀକାନ୍ତ ନିଜେ କୌଣସି ସୂଚନା ଦେଇନାହାନ୍ତି । ଜଣାଶୁଣା ତାମିଲ୍ ଫିଲ୍ମ ନିର୍ମାତା ମିସସ୍କିନ ରଜନୀଙ୍କୁ ନେଇ ଏଭଳି ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି । ଲୋକେଶ କନଗରାଜଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଥଲାଭର ୧୭୧’ରେ ରଜନୀକାନ୍ତ ଶେଷ ଥର ପାଇଁ ପରଦାରେ ଦେଖାଦେବେ ବୋଲି ମିସସ୍କିନ କହିଛନ୍ତି । ତେବେ ରଜନୀଙ୍କୁ ନେଇ ଯଦିଓ ଏଭଳି ଏକ ବଡ଼ ଚର୍ଚ୍ଚା ହେଉଛି ତେବେ ଏହା କେତେଦୂର କାର୍ଯ୍ୟକାରୀ ହେଉଛି ତାହା ଆଗକୁ ସ୍ପଷ୍ଟ ହୋଇଯିବ । ରଜନୀ ଅଭିନୟ ଛାଡ଼ିବା ନ ଛାଡ଼ିବା ଦୂରର କଥା । ମାତ୍ର ଏହି ଖବର ଶୁଣିବା ପାଇଁ ରଜନୀଙ୍କର ଅଗଣିତ ଫ୍ୟାନ୍ସଙ୍କୁ ଏବେ ଲାଗିଛି ଏକ ବଡ଼ ଝଟକା ।

Get real time updates directly on you device, subscribe now.