fbpx

ରାଜକୋଟର ଗେମିଂ ଜୋନ୍‌ ରେ ନିଆଁ ; ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି, ଷ୍ଟୋର ଥିଲା ୩୫୦୦ ଲିଟର ଡିଜେଲ-ପେଟ୍ରୋଲ, ୨ ଗିରଫ

Advertisement

ରାଜକୋଟ୍: ଗୁଜୁରାଟର ରାଜକୋଟସ୍ଥିତ ଟିଆରପି ଗେମ୍ ଜୋନରେ ଶନିବାର ଅପରାହ୍ନ 4.30 ସମୟରେ ଅଗ୍ନିକାଣ୍ଡ ଘଟିବାରୁ 30 ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ୧୨ ଶିଶୁ ସାମିଲ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ୨୫ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ପ୍ରଶାସନ କହିଛି । ଭୀଷଣ ନିଆଁରେ ମୃତଦେହ ଗୁଡ଼ିକୁ ଚିହ୍ନିବା ଅସମ୍ଭବ ହୋଇଛି ।

ତେଣୁ ପରିଚୟ ସ୍ପଷ୍ଟ କରିବାକୁ ଡିଏନ୍ଏ ପରୀକ୍ଷା କରାଯିବ । ଅଗ୍ନିକାଣ୍ଡର କାରଣ ଓ ନିଆଁ ଲାଗିବା ସମୟରେ ଗେମିଂ ଜୋନ୍ରେ କେତେ ଲୋକ ଥିଲେ ତାହା ସ୍ପଷ୍ଟ ହୋଇପାରିନାହିଁ । ଅଗ୍ନିଶମ ବିଭାଗର ୮ଟି ଟିମ୍ ଦୀର୍ଘ ୩ ଘଣ୍ଟା ଧରି ଉଦ୍ୟମ କରିବା ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଛି ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ରାଜ୍ୟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଅଗ୍ନିକାଣ୍ଡରେ ମୃତକଙ୍କ ପ୍ରତି ଗଭୀର ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ ଟେଲିଫୋନ୍ରେ କଥା ହୋଇଛନ୍ତି ଏବଂ ମୃତାହତଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ କହିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ମୃତକଙ୍କ ପରିଜନଙ୍କୁ ୪ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଦେବାକୁ ଘୋଷଣା କରିଛନ୍ତି । ଅଗ୍ନିକାଣ୍ଡର ତଦନ୍ତ ଲାଗି ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ବା ଏସ୍ଆଇଟି ଗଠିତ କରାଯାଇଛି ।

ରାଜକୋଟର ପୁଲିସ କମିଶନର ରାଜୁ ଭାର୍ଗବ କହିଛନ୍ତି, ଶନିବାର ଅପରାହ୍ଣ ପ୍ରାୟ ୪.୩୦ ମିନିଟ୍ ସମୟରେ ଟିଆରପି ଗେମିଂ ଜୋନ୍ରେ ଏହି ଅଘଟଣ ଘଟିଥିଲା। ଏହାପରେ ପ୍ରାୟ ୫ କିମି ଦୂର ଯାଏ ଧୂଆଁ ଦେଖିବାକୁ ମିଳିଥିଲା। ନିଆଁକୁ ଅଗ୍ନିଶମ ବାହିନୀ ନିୟନ୍ତ୍ରଣ କରିଥିଲା । ଏତେ ଲୋକଙ୍କ ମୃତ୍ୟୁ ନେଇ ଗେମିଂ ଜୋନ୍ର ମାଲିକ ଯୁବରାଜ ସିଂହ ସୋଲାଙ୍କିଙ୍କ ବିରୋଧରେ ଦାୟିତ୍ୱହୀନତା ଅଭିଯୋଗରେ ମାମଲା ରୁଜୁ କରାଯାଇଛି । ଜଣେ ପ୍ରତ୍ୟକ୍ଷଦର୍ଶୀ ୟଶ ପଟୋଲିୟା କହିଛନ୍ତି, ସେମାନେ ଗେମିଂ ଜୋନ୍ର ରେସ୍ତୋରାଁରେ ବସିଥିବାବେଳେ ସେଠାରେ ନିଆଁ ଲାଗିଥିଲା । ପ୍ରବଳ ପବନ ଯୋଗୁ ମାତ୍ର ୩୦ ସେକେଣ୍ଡ ମଧ୍ୟରେ ହିଁ ପୂରା ଅଞ୍ଚଳରେ ନିଆଁ ବ୍ୟାପିଯାଇଥିଲା ।

କିପରି ନିଆଁ ଲାଗିଲା: ତିନି ମହଲା ବିଶିଷ୍ଟ ଖେଳ ଜୋନ୍ ୨୦୨୦ ରେ ୨ ଏକର ଭଡା ଜମିରେ ନିର୍ମିତ ହୋଇଥିଲା । ଏହାର ଷ୍ଟ୍ରକଚର ଏକ କାଠ ଏବଂ ଟିଣ ଶେଡ ଉପରେ ଛିଡା ହୋଇଥିଲା । ଅନେକ ସ୍ଥାନରେ ମରାମତି ଏବଂ ନବୀକରଣ କାର୍ଯ୍ୟ ମଧ୍ୟ ଚାଲିଥିଲା ​​ । ଗୋଟିଏ ସ୍ଥାନରେ ଏକ ସିଡ଼ିରେ ୱେଲଡିଂରୁ ଏକ ସ୍ପାର୍କ ବାହାରିବାରୁ ଏହି ବିସ୍ଫୋରଣ ଘଟିଥିଲା ​​ ।

Get real time updates directly on you device, subscribe now.