fbpx

୭,୮୦୦ କୋଟିର ଯୁଦ୍ଧ ସରଞ୍ଜାମ କିଣିବାକୁ ମିଳିଲା ଅନୁମତି, ପ୍ରତିରକ୍ଷା କ୍ଷେତ୍ରରେ ନିବେଶକଙ୍କ ନଜର

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରକୁ ଆହୁରି ମଜବୁତ୍ କରିବା ପାଇଁ ୭,୮୦୦ କୋଟି ଟଙ୍କାର ଯୁଦ୍ଧ ସାରଞ୍ଜାମ କିଣିବାକୁ ସରକାର ଅନୁମତି ଦେଇଛନ୍ତି । ପ୍ରତିରକ୍ଷା ମନ୍ତ୍ରଳାୟ ପକ୍ଷରୁ ଗୁରୁବାର ଏକ ବୟାନରେ କୁହାଯାଇଛି କି ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ(ଡିଏସି) ଭାରତୀୟ ସେନାର କ୍ଷମତା ବଢାଇବା ପାଇଁ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏହି ମଞ୍ଜୁରୀ ପରେ ଶୁକ୍ରବାର ସେୟାର ବଜାରରେ ପ୍ରତିରକ୍ଷା କ୍ଷେତ୍ରରେ ଉତ୍ସାହ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି ।

ଏହି ନିଷ୍ପତି ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରଳାୟ ପକ୍ଷରୁ କୁହାଯାଇଛି ଯେ, ଏହି ଅନୁମତି ମିଳିଥିବା ପ୍ରସ୍ତାବରୁ ସମସ୍ତ ଯୁଦ୍ଧ ସରଞ୍ଜାମ ସ୍ୱଦେଶୀ କମ୍ପାନୀଠାରୁ କିଣାଯିବ । ଏହା ସହିତ ମନ୍ତ୍ରଳାୟ କହିଛି ବାୟୁସେନାକୁ ଆହୁରି ମଜବୁତ୍ କରିବା ପାଇଁ ଡିସିଏ ୫ଟି ଏମ୍‌ଆଇ-୧୭ ହେଲିକାପ୍ଟର ପାଇଁ ଇଲେକ୍ଟ୍ରୋନିକ୍ସ ୱାର୍ ଫାୟାର୍ କିଣିବାକୁ ଅନୁମତି ମିଳିଛି।

ସେହିପରି ଇଡବ୍ଲ୍ୟୁ ସୁଟ୍ ଭରତ ଇଲେକ୍ଟ୍ରୋନିକ୍ସ (ବିଇଏଲ୍‌) ରୁ କିଣାଯିବ। ମେକାନାଇଜଡ୍ ଇନ୍‌ଫାଣ୍ଟ୍ରି ଏବଂ ଆର୍ମୋର୍ଡ ରେଜିମେଣ୍ଟ ପାଇଁ ଲ୍ୟାଣ୍ଡ ବେସ୍‌ଡ ସ୍ୱୟଂଚାଳିତ ସିଷ୍ଟମ କ୍ରୟ ପାଇଁ ଡିଏସି ମଧ୍ୟ ଆବଶ୍ୟକ ଅନୁମତି ପ୍ରଦାନ କରିଛି, ଯାହା ମାନବବିହୀନ ନୀରିକ୍ଷଣ, ଗୁଳିଗୋଳା, ଇନ୍ଧନ ଏବଂ ସ୍ପେୟାରର ଲଜିଷ୍ଟିକ୍ ବିତରଣ ଏବଂ ଯୁଦ୍ଧକ୍ଷେତ୍ରରୁ ଅତ୍ୟାବଶ୍ୟକ ସ୍ଥାନାନ୍ତର ପାଇଁ ସକ୍ଷମ ହେବ।

ଏହା ସହିତ ମନ୍ତ୍ରଲାୟ ୭.୬୨.୫୧ ଏମ୍‌ଏମ୍ ଲାଇଟ୍ ମେସିନ୍ ଗନ୍‌(ଏଲ୍‌ଏମ୍‌ଜି) ଏବଂ ବ୍ରିଜ୍ ଲାଇଙ୍ଗ ଟ୍ୟାଙ୍କ୍‌(ବିଏଲ୍‌ଟି) କିଣୀବାକୁ ମଧ୍ୟ ଡିସିଏ ଅନୁମତି ଦେଇଛି। ଏଲ୍‌ଏମ୍‌ଜି ଏବଂ ବିଏଲ୍‌ଟି ସାମିଲ କରିବା ଦ୍ୱାରା ସ୍ଥଳ ସେନାର ଲଢିବା କ୍ଷମତା ବୃଦ୍ଧି ପାଇବ। ଏହା ସହିତ କୁଶଳି ସୈନିକଙ୍କ ସଂଖ୍ୟା ମଧ୍ୟ ବଢିବ।

ସେହିଭଳି ପ୍ରୋଜେକ୍ଟ ଶକ୍ତି ଅଧୀନରେ ଭାରତୀୟ ସେନା ପାଇଁ ମଜବୁତ୍ ଲାପଟପ୍ ଏବଂ ଟାବଲେଟ୍ କ୍ରୟ ପାଇଁ ଡିସିଏ ମଧ୍ୟ ଅନୁମତି ପ୍ରଦାନ କରିଛି । ଯାହା କେବଳ ସ୍ୱଦେଶୀ ବିକ୍ରେତାଙ୍କଠାରୁ କରାଯିବ ।

Get real time updates directly on you device, subscribe now.