fbpx

ପ୍ରତିରକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଲେ ରାଜନାଥ ସିଂହ, କହିଲେ ସୁରକ୍ଷା ବ୍ୟତୀତ କିପରି ଅର୍ଥବ୍ୟବସ୍ଥାରେ ଦେବେ ଯୋଗଦାନ

ନୂଆଦିଲ୍ଲୀ: ଦେଶର ୧୮ତମ ସଂସଦ ଗଠନ ହେବା ପରେ ଗୁରୁବାର ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦ୍ୱିତୀୟ ଥର ପାଇଁ କାର୍ଯ୍ୟଭାର ସମ୍ଭାଳିଛନ୍ତି । କହିରଖୁଛୁ ୨୦୧୪ରେ ଗୃହମନ୍ତ୍ରୀ ଏବଂ ୨୦୧୯ରେ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ ରାଜନାଥ । ଏନେଇ ଏଏନଆଇ ଏକ୍ସରେ ଏକ ଭିଡିଓ ଶେୟାର କରିଛି ।

ଦ୍ୱିତୀୟ ଥର ପ୍ରତିରକ୍ଷା ଭାବେ କାର୍ଯ୍ୟଭାର ସମ୍ଭାଳିବା ପରେ ରାଜନାଥ ସିଂହ କରିଛନ୍ତି, ‘ପ୍ରଧାନମନ୍ତ୍ରୀ ମୋଦୀ ପୁଣି ଥରେ ମୋତେ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ଦେଇଛନ୍ତି । ଆମର ପ୍ରାଥମିକତା ପୂର୍ବ ଭଳି ସମାନ ରହିବ । ଦେଶର ସୁରକ୍ଷା ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦିଆଯିବ । ଆମେ ଏକ ଶକ୍ତିଶାଳୀ ଆତ୍ମନିର୍ଭରଶୀଳ ଭାରତ ସୃଷ୍ଟି କରିବାକୁ ଚାହୁଁଛୁ । ପ୍ରତିରକ୍ଷା ଉତ୍ପାଦନରେ ଆମେ ଆତ୍ମନିର୍ଭରଶୀଳ ହେବାକୁ ଚାହୁଁଛୁ । ଆମେ ୨୧ କୋଟିରୁ ଉଦ୍ଧ୍ୱର୍ ଅସ୍ତ୍ରଶସ୍ତ୍ର ଏବଂ ସୁରକ୍ଷା ଉପକରଣ ରପ୍ତାନୀ କରିଛୁ । ଆଗାମୀ ୫ ବର୍ଷ ମଧ୍ୟରେ ଏହି ସଂଖ୍ୟାକୁ ୫୦ ହଜାର କୋଟି ପର୍ଯ୍ୟନ୍ତ ନେବା ଆମ ଲକ୍ଷ । ଆମର ତିନୋଟି ସେବା ଯଥା ସେନା, ନୌସେନା ଏବଂ ବାୟୁ ସେନା ପାଇଁ ଆମେ ଗର୍ବିତ ।’

Get real time updates directly on you device, subscribe now.