fbpx

ରଜନୀକାନ୍ତଙ୍କ ଆଖିରେ ଲୁହ: ଝିଅର ବିବାହ ବିଚ୍ଛେଦକୁ ସହି ପାରୁନାହଁନ୍ତି ବାପା

ନୂଆଦିଲ୍ଲୀ: ଝିଅର ବିବାହ ବିଚ୍ଛେଦକୁ ସହି ପାରୁନାହଁନ୍ତି ବାପା । ଝିଅ ପାଇଁ ବାପା ରଜନୀକାନ୍ତଙ୍କ ଆଖିରେ ଲୁହ ।  ୧୭ ବର୍ଷର ବିବାହ ପରେ ଭାଙ୍ଗିବାକୁ ଯାଉଛି ଐଶ୍ୱର୍ଯ୍ୟା ଆଉ ଧନୁଷଙ୍କ ଯୋଡ଼ି । ଆଉ ଝିଅ ଐଶ୍ୱର୍ଯ୍ୟା ଆଉ ଜ୍ୱାଇଁ ଧନୁଷଙ୍କ ବିଚ୍ଛେଦ ଖବରରେ ମର୍ମାହତ ହୋଇପଡ଼ିଛନ୍ତି ବାପା ରଜନୀକାନ୍ତ । ଆଉ ଚାହୁଛନ୍ତି ପୁଣି ମିଶନ୍ତୁ ଜ୍ୱାଇଁ ଧନୁଷ ଆଉ ଝିଅ ଐଶ୍ୱର୍ଯ୍ୟା । ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ନିଜ ଝିଅର ଭଙ୍ଗିଯାଉଥିବା ସଂସାରକୁ ସଜାଡ଼ିବାକୁ କରୁଛନ୍ତି ଚେଷ୍ଟା ।

ସମାନ୍ଥା ଆଉ ନାଜା ଚୈତନ୍ୟଙ୍କ ପରେ ସାଉଥ୍ ର ଏହି ଚର୍ଚ୍ଚିତ ଯୋଡ଼ିଙ୍କ ବିବାହ ବିଚ୍ଛେଦକୁ ଫ୍ୟାନ୍ସମାନେ ସହଜରେ ଗ୍ରହଣ କରିପାରୁନାହଁନ୍ତି । କିନ୍ତୁ  ସବୁଠାରୁ ଅଧିକ ମର୍ମାହତ ହୋଇପଡ଼ିଛନ୍ତି ଐଶ୍ୱର୍ଯ୍ୟାଙ୍କ ବାପା ତଥା ସୁପରଷ୍ଟାର ରଜନୀକାନ୍ତ । ଧନୁଷଙ୍କ ବାପା ମଧ୍ୟ ଏହି ଘଟଣାକୁ ନେଇ ବିଚଳିତ ଅଛନ୍ତି ସେ ମଧ୍ୟ ଉଭୟଙ୍କୁ ପୁଣି ଏକାଠି ହେବାକୁ ପରାମର୍ଶ ଦେଇଛନ୍ତି ।

ରଜନୀକାନ୍ତ ଉଭୟଙ୍କୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି । ଉଭୟଙ୍କ ମଧ୍ୟରେ ଥିବା ମନୋମାଳିନ୍ୟକୁ ଦୂର କରିବାକୁ ଚେଷ୍ଟା କରୁଛନ୍ତି ରଜନୀକାନ୍ତ । ଉଭୟଙ୍କ ମଧ୍ୟରେ ଏହି ମନୋମାଳିନ୍ୟ ହିଁ ବିଚ୍ଛେଦର ମୁଖ୍ୟ କାରଣ ବୋଲି ଗଣମାଧ୍ୟରେ କହୁଯାଉଥିଲା ।

Get real time updates directly on you device, subscribe now.