fbpx
BSKY SKY
BSKY SKY

କ୍ରିକେଟ ଫ୍ୟାନଙ୍କ ପାଇଁ ଖୁସିଖବର: ଫେବୃୟାରୀରୁ ଖେଳାଯିବ ରଣଜୀ ଟ୍ରଫି, ସ୍ପଷ୍ଟ କଲା ବିସିସିଆଇ

BJD

ନୂଆଦିଲ୍ଲୀ: କ୍ରିକେଟ ଫ୍ୟାନଙ୍କ ପାଇଁ ଖୁସି ଖବର । ଅଟକିଥିବା ରଣଜୀ ଟ୍ରଫି ପୁଣି ଥରେ ଆରମ୍ଭ ହେବାକୁ ଯାଉଛି । ଆସନ୍ତା ଫେବୃୟାରୀ ମାସରେ ଏହି ମୁକାବିଲା ଖେଳାଯିବାକୁ ଯାଉଛି । ବିସିସିଆଇ ଟ୍ରେଜରର ଅରୁଣ ଧୂମାଲ ଏହି ଘୋଷଣା କରିଛନ୍ତି । ବିଗତ ଜାନୁୟାରୀ ମାସରେ ବିସିସିଆଇର ବୈଠକରେ ରଣଜୀ ଟ୍ରଫିକୁ ଅସୀମିତ ସମୟ ପାଇଁ ବନ୍ଦ ରଖାଯାଇଥିଲା । ଗୁରୁବାର ଦିନ ବିସିସିଆଇ ପକ୍ଷରୁ ଏହି ଘୋଷଣା କରାଯାଇଛି ।

ଫେବୃୟାରୀ ମାସର ମଧ୍ୟଭାଗରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ଜାନୁୟାରୀରେ କରୋନାର ଓମିକ୍ରନ ଭୟ ମଧ୍ୟରେ ବେଙ୍ଗଲ ରଣଜୀ ଟିମର ୭ ଜଣ ଖେଳାଳି କରୋନାରେ ସଂକ୍ରମିତ ହୋଇଥିଲେ । ଉକ୍ତ ଘଟଣା ପରେ ବିସିସିଆଇ ପକ୍ଷରୁ ରଣଜୀ ଟ୍ରଫିକୁ ବନ୍ଦ ରଖାଯାଇଥିଲା । ସେହିପରି ୮୦ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ୨୦୨୦-୨୧ ବର୍ଷରେ ରଣଜୀ ଟ୍ରଫି ବନ୍ଦ କରାଯାଇଥିଲା ।

Get real time updates directly on you device, subscribe now.