fbpx

ରଜନୀକାନ୍ତ ଲଞ୍ଚ କଲେ ନୂତନ ସୋସିଆଲ୍ ମିଡିଆ ଆପ୍ Hoote, ଜାଣନ୍ତୁ ଏଥିରେ କଣ ରହିଛି ଖାସ୍

ନୂଆଦିଲ୍ଲୀ: ତାମିଲ ସିନେମାର ସୁପରଷ୍ଟାର୍ ରଜନୀକାନ୍ତ ଏକ ନୂତନ ସୋସିଆଲ ମିଡିଆ ପ୍ଲାଟଫର୍ମ ଲଞ୍ଚ କରିଛନ୍ତି । ଯାହାର ନାମ ହେଉଛି ହୁଟେ ଆପ୍ (Hoote) । ଏହା ଏକ ଭଏସ୍ ଆଧାରିତ ସୋସିଆଲ ମିଡିଆ ଆପ୍ । ଏହାର ଫାଉଣ୍ଡର୍ ହେଉଛନ୍ତି ରଜନୀକାନ୍ତଙ୍କ ଝିଅ ସୌନ୍ଦର୍ଯ୍ୟା । ଏହି ଆପ୍ ର ଖାସିୟତ୍ ଏହା ହେଉଛି ଯେ, ଆପଣ ଏଥିରେ ଭଏସ୍ ନୋଟ୍ସ ଜରିଆରେ ନିଜର ମନର କଥାକୁ ଜାହିର୍ କରିପାରିବେ ।

ନିଜର ପୋଷ୍ଟକୁ ଆହୁରି ଚିତାକର୍ଷକ କରିବା ପାଇଁ ଆପଣ ଏଥିରେ ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ୍ ର ମଧ୍ୟ ବ୍ୟବହାର କରିପାରିବେ । ଏହି ଆପ୍ ତାମିଲ, ହିନ୍ଦୀ, ତେଲୁଗୁ, ମରାଠୀ, ମାଲାୟାଲମ୍, କନ୍ନଡ୍୍, ବଙ୍ଗାଳୀ ଓ ଗୁଜୁରାତି ସମେତ ୮ଟି ଭାଷା ଓ ୩ଟି ଅନ୍ତରାଷ୍ଟ୍ରୀୟ ଭାଷାରେ ମଧ୍ୟ ଚଳାଇପାରିବେ ।

ହୁଟେ ଆପ୍ ଆପଣ ପ୍ଲେ-ଷ୍ଟୋର୍ ରୁ ଡାଉନଲୋଡ୍ କରିପାରିବେ । ଏଥିରେ ଅନେକ ଦିଗ୍ଗଜ ବ୍ୟକ୍ତିତ୍ୱ ଓ ନ୍ୟୁଜ୍ ଚ୍ୟାନେଲ୍, ରାଜନେତା ଓ ଫ୍ୟାନ ପେଜ୍ ପାଇପାରିବେ । ଆପଣ ସେମାନଙ୍କୁ ଫଲୋ ମଧ୍ୟ କରିପାରିବେ । ଏଥିରେ ଆପଣ ସର୍ବାଧିକ ୬୦ ସେକେଣ୍ଡର ଭଏସ୍ ନୋଟ୍ ଅପଲୋଡ୍ କରିପାରିବେ । ଏଥିରେ ଆପଣ ନିଜର ପୋଷ୍ଟରେ ଉପଯୁକ୍ତ କ୍ୟାପସନ୍ ମଧ୍ୟ ଦେଇ ପାରିବେ । କ୍ୟାପସନ୍ ୧୨୦ ଶବ୍ଦ ପର୍ଯ୍ୟନ୍ତ ରଖିପାରିବେ ।

Get real time updates directly on you device, subscribe now.