fbpx

ଅମିତାଭଙ୍କ ଆୱାଜ୍ ଶୁଣି ହୋସରୁ ଉଠିବେ ରାଜୁ, ପରାମର୍ଶ ଦେଲେ AIIMS ଡାକ୍ତର

ନୂଆଦିଲ୍ଲୀ: ବଲିଉଡର ହାସ୍ୟ କଳାକାର ରାଜୁ ଶ୍ରୀବାସ୍ତଙ୍କ ସ୍ୱାସ୍ଥ୍ୟରେ ଖୁବଶୀଘ୍ର ଆସିବ ଉନ୍ନତି । ରାଜୁଙ୍କ କର୍ମଭୂମି ମୁମ୍ବାଇର ଲକ୍ଷ ଲକ୍ଷ ପ୍ରଶଂସକ ତାଙ୍କର ଆରୋଗ୍ୟ କାମନା ନେଇ ପ୍ରାର୍ଥନା କରୁଥିବା ବେଳେ ଏହା ମଧ୍ୟରେ ଏମ୍ସ ଡାକ୍ତରଙ୍କ ବୟାନ ସାମ୍ନାକୁ ଆସିଛି । ରାଜୁଙ୍କୁ ହୋସରୁ ଉଠାଇବା ପାଇଁ ବିଗ୍ ବି ଅମିତାଭ ବଚନଙ୍କ କଣ୍ଠଶ୍ୱରୁ ତାଙ୍କୁ ଶୁଣାଯାଉଥିବା ଜଣାପଡ଼ିଛି ।

ଚାରି ଦିନ ଧରି ରାଜୁ ଦିଲ୍ଲୀ ଏମ୍ସରେ ମରଣ ସହ ଲଢ଼େଇ କରୁଛନ୍ତି । ତାଙ୍କୁ ପାଇପ୍ ମାଧ୍ୟମରେ ଦୁଧ ପ୍ରଦାନ କରାଯାଉଛି । ରାଜୁଙ୍କ ହାର୍ଟ ଓ ନାଡ଼ି ଠିକରେ କାମ କରୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ତାଙ୍କର ହୋସ୍ ଆସିନାହିଁ । ତେବେ ଏମ୍ସ ଡାକ୍ତରଙ୍କ ପରାମର୍ଶ କ୍ରମେ ରାଜୁଙ୍କୁ ଅମିତାଭଙ୍କ ଅଡିଓ ମେସେଜ୍ ଶୁଣାଯାଉଛି । ରାଜୁ ତାଙ୍କର କମେଡ଼ି ଯାଦୁରେ ଯେତେ ଲୋକଙ୍କୁ ହସାଇଥିଲେ ଆଜି ସେମାନେ କାନ୍ଦି କାନ୍ଦି ତାଙ୍କର ଆରୋଗ୍ୟ କାମନା କରୁଛନ୍ତି ।

ରାଜୁଙ୍କ ଆରୋଗ୍ୟ କାମନା କରି ବହୁ ବଡ଼ ବଡ଼ ସେଲିବ୍ରେଟି ପ୍ରାର୍ଥନା କରୁଛନ୍ତି । ତାଙ୍କର ଆରୋଗ୍ୟ ପାଇଁ ଅମିତାଭ ଫୋନ ମାଧ୍ୟମରେ ଶୁଭକାମନା ଭରା ସନ୍ଦେଶ ପଠାଇଛନ୍ତି । ତେବେ ରାଜୁ ହସ୍ପିଟାଲଙ୍କରେ ଭର୍ତ୍ତି ହେବା ପରଠାରୁ ଅମିତାଭ ଅନେକ ମେସେଜ୍ ତାଙ୍କୁ ପଠାଇଛନ୍ତି । ମାତ୍ର ଏଭଳି ସଙ୍କଟଜନକ ସ୍ଥିତିରେ ତାଙ୍କର ମେସେଜକୁ ରାଜୁଙ୍କ ପରିବାରବର୍ଗ ଦେଖିପାରି ନଥିଲେ । ଏହା ମଧ୍ୟରେ ଅମିତାଭ ରାଜୁଙ୍କ ପାଇଁ ଏକ ଅଡିଓ ମେସେଜ୍ ପଠାଇଛନ୍ତି । ଅମିତାଭ ରାଜୁଙ୍କ ପାଇଁ ଯାହା କରିଛନ୍ତି ତାହା କୌଣସି ଏକ ବଡ଼ ଉପହାର ଠାରୁ କମ୍ ନୁହେଁ । କାରଣ ରାଜୁ ଅମିତାଭଙ୍କୁ ନିଜର ଆଦର୍ଶ ମାନନ୍ତି ।

Get real time updates directly on you device, subscribe now.