fbpx

ରାଜ୍ୟସଭା ନିର୍ବାଚନ: ପ୍ରାର୍ଥି ଘୋଷଣା କଲା BJP, ୧୪ ଜଣଙ୍କ ନାଁ ସାମିଲ

ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନ ପୂର୍ବରୁ ନିଜର ପ୍ରାର୍ଥି ତାଲିକା ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ଏହି ତାଲିକାରେ ୧୪ ଜଣଙ୍କା ନାଁ ସାମିଲ କରିଛି ବିଜେପି । ବିହାର, ଛତିଶଗଡ଼, ହରିୟାଣା, ୟୁପି ଆଦି ରାଜ୍ୟରୁ ପ୍ରାର୍ଥି ଘୋଷଣା ହୋଇଯାଇଛି । ଏହାବ୍ୟତୀତ ଉତ୍ତରାଖଣ୍ଡ ଏବଂ ପଶ୍ଚିମବଙ୍ଗରୁ ମଧ୍ୟ ପ୍ରାର୍ଥିଙ୍କ ନାଁ ଘୋଷଣା କରିଛି ବିଜେପି । ତେବେ ଉତ୍ତରପ୍ରଦେଶରୁ ସର୍ବାଧିକ ୭ ଜଣ ପ୍ରାର୍ଥିଙ୍କ ନାଁ ଏହି ତାଲିକାରେ ପ୍ରକାଶ ପାଇଛି । ନିର୍ବାଚନ ପୂର୍ବରୁୁ ପ୍ରାର୍ଥି ଘୋଷଣା ସହ ବିଜେପି ନିଜର ପ୍ରସ୍ତୁତି ବିଷୟରେ ସମସ୍ତଙ୍କୁ ସୂଚାଇ ଦେଇଛି ।

Get real time updates directly on you device, subscribe now.