fbpx

ଖୋଲିବ ଝରାଫୁଲଙ୍କ ମୃତ୍ୟୁ ରହସ୍ୟ: ଡେମୋ ଦେଖାଇଲା ରାକେଶ

ଭୁବନେଶ୍ୱର, ୨ା୨ (ଓଡିଶା ଭାସ୍କର): ଭୁବନେଶ୍ୱରର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ମାମଲାରେ ପୋଲିସର ତଦନ୍ତ ଜାରି ରହିଛି  । ଝରାଫୁଲ ମୃତ୍ୟୁ ଘଟଣାକୁ ନେଇ ସିନ୍ ରିକ୍ରିଏଟ କରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ରାକେଶକୁ ନେଇ ସିନ୍ ରିକ୍ରିଏଟ କରିଛି କୁଆଖିଆ ପୋଲିସ । ମୃତଦେହ ଫିଙ୍ଗିଥିବା ମୂଳାପାଳ ନିକଟରେ ସିନ୍ ରିକ୍ରିଏଟ କରି ଦେଖାଇଛି ଅଭିଯୁକ୍ତ ରାକେଶ ସ୍ୱାଇଁ । କେମିତି ମୃତଦେହ ନେଇ ଫିଙ୍ଗିଥିଲା, ତାହାକୁ ଡେମୋ କରି ଦେଖାଇଛି ଅଭିଯୁକ୍ତ ।

 

ତେବେ ଅଭିଯୁକ୍ତ ରାକେଶ ସ୍ୱାଇଁଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଛି ପୋଲିସ  । ସକାଳୁ ରାକେଶକୁ ଜେରା କରୁଛି ପୋଲିସ  । ଝରାଫୁଲଙ୍କ ବାପାଙ୍କ ସହ ମୁହାଁମୁହିଁ ବସାଇ ପଚରାଉଚରା କରାଯାଇଥିଲା  । ଝିଅ ସହ ରାକେଶର ପ୍ରେମ ସମ୍ପର୍କ ବାବଦରେ ପ୍ରଶ୍ନ ପଚରାଯାଇଥିବା ସୂଚନା ମିଳିଛି । କୁଆଖିଆ ଥାନାରେ ଦୁହିଁଙ୍କୁ ଏକାଠି ବସାଇ ଜେରା ଚାଲିଥିଲା ।

Get real time updates directly on you device, subscribe now.