fbpx

ସନ୍ ଅଗ୍ନିକାଣ୍ଡ: ୭ ଦିନ ମଧ୍ୟରେ ରିପୋର୍ଟ ନିର୍ଦ୍ଦେଶ

କଟକ, ୨ା୨ (ଓଡିଶା ଭାସ୍କର): ଗତକାଲି କଟକ ଜିଲ୍ଲା ତୁଳସୀପୁର ସ୍ଥିତ ସନ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା । ତେବେ ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଅଗ୍ନିଶମ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯୁଗ୍ମ ଭାବେ ଏହାର ତଦନ୍ତ କରାଯିବ । ଏକ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ଜିଲ୍ଲାପାଳ ଭବାନି ଶଙ୍କର ଚୟନୀ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଘଟଣାର ତଦନ୍ତ ପାଇଁ ଉପ ଅଗ୍ନିଶମ ଅଧିକାରୀଙ୍କ ନେତୃତ୍ୱରେ ଏକ ୪ ଜଣିଆ ଟିମ୍ ଗଠନ କରାଯାଇଛି । ହସ୍ପିଟାଲ ପକ୍ଷରୁ ଅଗ୍ନି ନିରାପତ୍ତା ନିୟମ ଓ ପରାମର୍ଶକୁ ପାଳନ କରାଯାଇ ଥିଲା ନା ନାହିଁ ତାହା ତଦନ୍ତ କରାଯିବ । ଏନେଇ ଖୁବଶୀଘ୍ର ରିପୋର୍ଟ ପ୍ରଦାନ କରାଯିବ । ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ ଯେ, ଗତକାଲି ହସ୍ପିଟାଲର ୫ମ ମହଲାରେ ଅଗ୍ନିକାଣ୍ଡ ଘଟିଥିଲା । ଏହି ଘଟଣା ପରେ ଘରୋଇ ହସ୍ପିଟାଲର ଖାମଖିଆଲି ଓ ଦାୟିତ୍ୱହୀନତା ପଦାକୁ ଆସିଛି ।

Get real time updates directly on you device, subscribe now.