fbpx

ରାକ୍ଷୀ ସାୱନ୍ତଙ୍କୁ ମିଳିଲା ଜୀବନରୁ ମାରିଦେବା ଧମକ, ଜାଣନ୍ତୁ କିଏ ସେହି ବ୍ୟକ୍ତି

ନୂଆଦିଲ୍ଲୀ: କିଛିଦିନ ତଳେ ରାକ୍ଷୀ ସାୱନ୍ତଙ୍କୁ ଅଚାନକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏଠାରେ ରାକ୍ଷୀ ସାୱନ୍ତଙ୍କର କିଛି ଟେଷ୍ଟ ହୋଇଥିଲା । ଯେଉଁଥିରେ ଜଣାପଡିଥିଲା ଯେ, ଅଭିନେତ୍ରୀଙ୍କର ଗର୍ଭାଶୟରେ ଟ୍ୟୁମର ହୋଇଛି । ରାକ୍ଷୀଙ୍କର ପୂର୍ବରୁ ଥିବା ସ୍ୱାମୀ ରିତେଶ ସିଂହ ଏବଂ ଭାଇ ଏହି ସମୟରେ ତାଙ୍କ ସହ ଅଛନ୍ତି । ରାକ୍ଷୀ ସାୱନ୍ତଙ୍କର ପୂର୍ବରୁ ଥିବା ସ୍ୱାମୀ ରିତେଶ ସିଂହଙ୍କ କହିଛନ୍ତି ଯେ, ରାକ୍ଷୀଙ୍କର ଅପରେସନ ସଫଳ ହୋଇଛି । ୩ ଘଣ୍ଟାର ସର୍ଜରୀ ପରେ ରାକ୍ଷୀଙ୍କର ଗର୍ଭାଶୟରୁ ଟ୍ୟୁମର ବାହାର କରାଯାଇଛି । ଏଥିସହ ରାକ୍ଷୀଙ୍କୁ ଏପର୍ଯ୍ୟନ୍ତ ଚେତା ଆସିନାହିଁ । ଏହାରି ମଧ୍ୟରେ ରିତେଶ କଥାରେ କଥାରେ ରାକ୍ଷୀଙ୍କର ଅନ୍ୟ ସ୍ୱାମୀ ଆଦିଲ ଖାନ ଦୁର୍ରାନୀଙ୍କ ଉପରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି ।

ମଙ୍ଗଳବାର ଦିନ ରିରେଶ କିଛି ମିଡିଆ ସହ କଥା ହୋଇଥିଲେ, ଏଥିରେ ସେ ଦାବି କରିଛନ୍ତି ଯେ, କିଛି ଲୋକ ରାକ୍ଷୀଙ୍କୁ ବିଚଳିତ କରୁଛନ୍ତି । ଏହି ଲୋକମାନେ ରାକ୍ଷୀଙ୍କୁ ମାରିଦେବାର ଧମକ ମଧ୍ୟ ଦେଉଛନ୍ତି । ରିତେଶ ଦାବି କରିଛନ୍ତି ଯେ, ସେ ଏହି କଥାର ସୂଚନା ଦେଇଛନ୍ତି ଯେ, ସେ କିଏ ଏବଂ ରାକ୍ଷୀଙ୍କୁ କାହିଁକି ଅସୁବିଧାରେ ପକାଉଛନ୍ତି, ହେଲେ ସେ ସେହି ବ୍ୟକ୍ତିରଙ୍କ ନାମ ନ ନେବାକୁ ମନା କରିଛନ୍ତି । ସେ କହିଛନ୍ତି ଯେପର୍ଯ୍ୟନ୍ତ ସେହି ବ୍ୟକ୍ତି ବିରୋଧରେ ସମସ୍ତ ପ୍ରମାଣ ମିଳିନାହିଁ ସେପର୍ଯ୍ୟନ୍ତ ସେ ଏପରି କରିବେ ନାହିଁ ।

Get real time updates directly on you device, subscribe now.