ପୁରୀ: ଶ୍ରୀମନ୍ଦିର ସୁରକ୍ଷାକୁ ଗୁରୁତ୍ୱ । ପୁରୀରେ ପହଞ୍ଚିଲା ସ୍ପେସିଆଲ ଟାକ୍ଟିକଲ ୟୁନିଟର ରକ୍ଷକ ପ୍ଲସ୍ ।
ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହେବ ଏହି ଭ୍ୟାନ୍ । ୨୪ ଘଣ୍ଟିଆ ସୁରକ୍ଷା ଦାୟିତ୍ୱରେ ମୁତୟନ ରହିବ ରକ୍ଷକ ।
ଭ୍ୟାନରେ ରହିବେ ସ୍ୱତନ୍ତ୍ର ଟ୍ରେଣ୍ଡ ଫୋର୍ସ । ୮ ଜଣ କ୍ରିଉ ମେମ୍ବର ସୁରକ୍ଷା ଦାୟିତ୍ୱରେ ରହିବେ ।
ଦେଶରେ ଆତଙ୍କୀ ହମଲାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ଫୋକସରେ ରଖାଯାଉଛି । ଯେଉଁ କାରଣରୁ ଶ୍ରୀମନ୍ଦିରର ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ସାଙ୍ଗକୁ ଆଲୋଚନା କରାଯାଉଛି ।
ଆଗକୁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଥିବା କାରଣରୁ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ପୁରୀକୁ ହେବ । ଯେଉଁ କାରଣରୁ ଅପ୍ରିତି ଘଟଣା ଆଶଙ୍କା କରି ମନ୍ଦିରର ସୁରକ୍ଷା ବଢ଼ାଯାଉଛି ।