ହିନ୍ଦୁ ପରମ୍ପରାରେ ରକ୍ଷାବନ୍ଧନ୍ ପର୍ବ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ରକ୍ଷାବନ୍ଧନ ପର୍ବ ଶ୍ରାବଣ ମାସର ପୂର୍ଣ୍ଣିମା ଦିନ ପାଳନ କରାଯାଏ । ପ୍ରାଚୀନ କାଳରେ, ରକ୍ଷାବନ୍ଧନ ଦିନ ଗୁରୁମାନେ ନିଜ ଶିଷ୍ୟମାନଙ୍କୁ ରାକ୍ଷୀ ବାନ୍ଧୁଥିଲେ । ଦେବତା ଏବଂ ଅସୁରମାନଙ୍କ ମଧ୍ୟରେ ଯୁଦ୍ଧ ସମୟରେ ଇନ୍ଦ୍ରାଣୀ ଇନ୍ଦ୍ରଙ୍କୁ ରାକ୍ଷୀ ବାନ୍ଧିଥିଲେ । କିନ୍ତୁ ବର୍ତ୍ତମାନ ଏହା ଭାଇ-ଭଉଣୀ ସ୍ନେହର ପ୍ରତୀକ ପାଲଟିଛି । ସନାତନ ପରମ୍ପରାରେ ପ୍ରତ୍ୟେକ ପର୍ବ ବଦ୍ରାରୁ ମୁକ୍ତ ହେବା ପରେ ପାଳନ କରିବାର ପରମ୍ପରା ରହିଛି, କିନ୍ତୁ ଦୁଇଟି ପର୍ବ ଅଛି ଯାହା ପାଇଁ ଭଦ୍ରା ସମ୍ପୂର୍ଣ୍ଣ ନିଷେଧ ବୋଲି ବିବେଚନା କରାଯାଏ । ହୋଲିକା ଦହନ୍ ଏବଂ ରକ୍ଷାବନ୍ଧନ ଦୁଇଟି ପର୍ବ ଯାହାକି ଭଦ୍ରା ସମୟରେ ପାଳନ କରାଯିବା ଉଚିତ୍ ନୁହେଁ ।
ରାକ୍ଷୀ ପୂର୍ଣ୍ଣିମାର ଖୁବ୍ ମହତ୍ତ୍ୱ ରହିଛି । ଶ୍ରାବଣ ମାସର ପୂର୍ଣ୍ଣିମାରେ ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯାଏ ।ଏହି ପର୍ବ ଭାଇ ଭଉଣୀଙ୍କ ପ୍ରେମର ପ୍ରତୀକ । ଏହି ଦିନ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ଥାଏ । ଭାଇ ଭଉଣୀର ରକ୍ଷା କରିବାକୁ ସଂକଳ୍ପ କରିବା ସହ କିଛି ଉପହାର ମଧ୍ୟ ଦେଇଥାଏ ।
ଘରେ ଘରେ ପିଠା ପଣାର ଆସର । ପରିବାର ଭିତରେ ବନ୍ଧୁବାନ୍ଧବଙ୍କ ଗହଣରେ ଏହି ଦିନଟି ବିତିଥାଏ । ଆଉ ଭାଇର ଦୀର୍ଘାୟୁ ଏବଂ ସଫଳତା କାମନା କରି ପ୍ରତିଟି ଭଉଣୀ ତା ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ । ପବିତ୍ର ଗହ୍ମାପୂର୍ଣ୍ଣିମାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବଡ଼ଠାକୁର ଶ୍ରୀବଳଭଦ୍ର ବି ସାନ ଭଉଣୀ ହାତରୁ ରାକ୍ଷୀ ବାନ୍ଧିବେ ।
ଏହି ଦିନ ଭଦ୍ରାକାଳ ଅପରାହ୍ନ ସାଢ଼େ ଗୋଟାଏ ପର୍ଯ୍ୟନ୍ତ ରହିବ। ସେଥିପାଇଁ ଏହି ସମୟରେ କିମ୍ବା ସକାଳେ ରାକ୍ଷୀ ବାନ୍ଧିବେ ନାହିଁ।
ଏବର୍ଷ ରକ୍ଷାବନ୍ଧନରେ ଭଦ୍ରା କାଳ
ରକ୍ଷାବନ୍ଧନ ଭଦ୍ରା ଶେଷ ସମୟ – ୧୩:୩୦
ରକ୍ଷାବନ୍ଧନ ଭଦ୍ରା ଲାଞ୍ଜ – ୦୯:୫୧ ରୁ ୧୦:୫୩
ରକ୍ଷାବନ୍ଧନ ଭଦ୍ରା ମୁଖ – ୧୦:୫୩ରୁ ୧୨:୩୭
ତେବେ ଚାଲନ୍ତୁ ଜାଣିବା କଣ ଏହି ଭଦ୍ରାକାଳ ?
ଭଦ୍ରା କିଏ ?
ପୁରାଣ ଅନୁଯାୟୀ ଭଦ୍ରା ହେଉଛନ୍ତି ଶନିଦେବଙ୍କ ଭଉଣୀ ଏବଂ ସୂର୍ଯ୍ୟଦେବଙ୍କ ଝିଅ । ତାଙ୍କ ପ୍ରକୃତି ମଧ୍ୟ ତାଙ୍କ ଭାଇ ଶନିଙ୍କ ପରି କଠୋର ବୋଲି ବିବେଚନା କରାଯାଏ ।
ଭଦ୍ରାକାଳ କ’ଣ ?
ଭଦ୍ରାଙ୍କ ପ୍ରକୃତି ବୁଝିବା ପାଇଁ ବ୍ରହ୍ମଦେବ ତାଙ୍କୁ ସମୟ ଗଣନାରେ ଏକ ବିଶେଷ ସ୍ଥାନ ଦେଇଛନ୍ତି । ହିନ୍ଦୁ କ୍ୟାଲେଣ୍ଡରକୁ ପ୍ରମୁଖ ଭାଗରେ ବିଭକ୍ତ କରାଯାଇଛି । ଏଗୁଡ଼ିକ ହେଉଛି ତିଥି, ବାର, ଯୋଗ, ନକ୍ଷତ୍ର ଏବଂ କରଣ । ଏଥିରେ ୧୧ଟି କରଣ ରହିଥାଏ, ସେଥିମଧ୍ୟରୁ ସପ୍ତମ କରଣ ବିଷ୍ଣୁଙ୍କ ନାମ ଭଦ୍ରା ।
କାହିଁକି ଭଦ୍ରାକଳରେ ରାକ୍ଷୀ ବନ୍ଧା ଯାଏ ନାହିଁ ?
ଭଦ୍ରାକାଳରେ ଯାତ୍ରା, ଶୁଭ କାମ ଇତ୍ୟାଦି ନିଶେଦ୍ଧ ହୋଇଥାଏ । ରକ୍ଷା ବନ୍ଧନକୁ ଏକ ଶୁଭ କାର୍ଯ୍ୟ ଭାବରେ ବିବେଚନା କରାଯାଏ । ଏହି କାରଣରୁ ରାକ୍ଷୀ ଭଦ୍ରାକାଳରେ ବନ୍ଧା ଯାଇ ନଥାଏ । ବିଶ୍ୱାସ କରାଯାଏ ଯେ, ଲଙ୍କା ଅଧିପତି ରାବଣଙ୍କୁ ତାଙ୍କ ଭଉଣୀ ଶୃପଣେଖା ଏହି ଭଦ୍ରାକାଳରେ ରାକ୍ଷୀ ବାନ୍ଧିଥିଲେ । ଯାହା ପରେ ରାବଣର ସର୍ବନାଶ ହୋଇଥିଲା ।
ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏବର୍ଷ ଭଦ୍ରାକାଳ ପାତାଳ ଲୋକରେ ଲାଗି ରହିବ । ଭଦ୍ରା ଯେଉଁ ଲୋକରେ ବାସ କରେ ସେହି ଲୋକରେ ମାଙ୍ଗଳିକ କାର୍ଯ୍ୟ କରାଯାଏ ନାହିଁ । ଅନ୍ୟ ଲୋକରେ ମାଙ୍ଗଳିକ କାର୍ଯ୍ୟ କରିବାରେ ଅସୁବିଧା ନାହିଁ । ତେଣୁ ଆଜି ରାକ୍ଷୀ ପୂର୍ଣ୍ଣିମା ପାଳନ କରିପାରିବେ ।