fbpx

ଭଦ୍ରାକାଳ ସମୟରେ କାହିଁକି ବନ୍ଧାଯାଏନି ରାକ୍ଷୀ ? ଜାଣନ୍ତୁ ରାକ୍ଷୀ ବାନ୍ଧିବାର ଉପଯୁକ୍ତ ସମୟ

ପବିତ୍ର ରାକ୍ଷୀ ପୂର୍ଣ୍ଣିମାର ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ଵକୁ ଦୃଢ଼ କରିଥାଏ । ଏହି ଦିନ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଓ ତାର ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରିଥାଏ । ବଦଳରେ ଭାଇ ତାର ଭଉଣୀକୁ ରକ୍ଷା କରିବାର ସଂକଳ୍ପ ନେଇଥାଏ । ଚଳିତ ବର୍ଷ ୧୯ ଅଗଷ୍ଟରେ ରାକ୍ଷୀ ପୂର୍ଣ୍ଣିମା ।

ରାକ୍ଷୀ ପୂର୍ଣ୍ଣିମାର ଖୁବ୍‌ ମହତ୍ତ୍ୱ ରହିଛି । ଶ୍ରାବଣ ମାସର ପୂର୍ଣ୍ଣିମାରେ ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯାଏ ।ଏହି ପର୍ବ ଭାଇ ଭଉଣୀଙ୍କ ପ୍ରେମର ପ୍ରତୀକ । ଏହି ଦିନ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ଥାଏ । ଭାଇ ଭଉଣୀର ରକ୍ଷା କରିବାକୁ ସଂକଳ୍ପ କରିବା ସହ କିଛି ଉପହାର ମଧ୍ୟ ଦେଇଥାଏ ।

ଘରେ ଘରେ ପିଠା ପଣାର ଆସର । ପରିବାର ଭିତରେ ବନ୍ଧୁବାନ୍ଧବଙ୍କ ଗହଣରେ ଏହି ଦିନଟି ବିତିଥାଏ । ଆଉ ଭାଇର ଦୀର୍ଘାୟୁ ଏବଂ ସଫଳତା କାମନା କରି ପ୍ରତିଟି ଭଉଣୀ ତା ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ । ପବିତ୍ର ଗହ୍ମାପୂର୍ଣ୍ଣିମାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବଡ଼ଠାକୁର ଶ୍ରୀବଳଭଦ୍ର ବି ସାନ ଭଉଣୀ ହାତରୁ ରାକ୍ଷୀ ବାନ୍ଧିବେ ।

ଏହି ଦିନ ଭଦ୍ରାକାଳ ଅପରାହ୍ନ ସାଢ଼େ ଗୋଟାଏ ପର୍ଯ୍ୟନ୍ତ ରହିବ। ସେଥିପାଇଁ ଏହି ସମୟରେ କିମ୍ବା ସକାଳେ ରାକ୍ଷୀ ବାନ୍ଧିବେ ନାହିଁ।

ଏବର୍ଷ ରକ୍ଷାବନ୍ଧନରେ ଭଦ୍ରା କାଳ

ରକ୍ଷାବନ୍ଧନ ଭଦ୍ରା ଶେଷ ସମୟ – ୧୩:୩୦
ରକ୍ଷାବନ୍ଧନ ଭଦ୍ରା ଲାଞ୍ଜ – ୦୯:୫୧ ରୁ ୧୦:୫୩
ରକ୍ଷାବନ୍ଧନ ଭଦ୍ରା ମୁଖ – ୧୦:୫୩ରୁ ୧୨:୩୭

ତେବେ ଚାଲନ୍ତୁ ଜାଣିବା କଣ ଏହି ଭଦ୍ରାକାଳ ?

ଭଦ୍ରା କିଏ ?
ପୁରାଣ ଅନୁଯାୟୀ ଭଦ୍ରା ହେଉଛନ୍ତି ଶନିଦେବଙ୍କ ଭଉଣୀ ଏବଂ ସୂର୍ଯ୍ୟଦେବଙ୍କ ଝିଅ । ତାଙ୍କ ପ୍ରକୃତି ମଧ୍ୟ ତାଙ୍କ ଭାଇ ଶନିଙ୍କ ପରି କଠୋର ବୋଲି ବିବେଚନା କରାଯାଏ ।

ଭଦ୍ରାକାଳ କ’ଣ ?
ଭଦ୍ରାଙ୍କ ପ୍ରକୃତି ବୁଝିବା ପାଇଁ ବ୍ରହ୍ମଦେବ ତାଙ୍କୁ ସମୟ ଗଣନାରେ ଏକ ବିଶେଷ ସ୍ଥାନ ଦେଇଛନ୍ତି । ହିନ୍ଦୁ କ୍ୟାଲେଣ୍ଡରକୁ ପ୍ରମୁଖ ଭାଗରେ ବିଭକ୍ତ କରାଯାଇଛି । ଏଗୁଡ଼ିକ ହେଉଛି ତିଥି, ବାର, ଯୋଗ, ନକ୍ଷତ୍ର ଏବଂ କରଣ । ଏଥିରେ ୧୧ଟି କରଣ ରହିଥାଏ, ସେଥିମଧ୍ୟରୁ ସପ୍ତମ କରଣ ବିଷ୍ଣୁଙ୍କ ନାମ ଭଦ୍ରା ।

କାହିଁକି ଭଦ୍ରାକଳରେ ରାକ୍ଷୀ ବନ୍ଧା ଯାଏ ନାହିଁ ?

ଭଦ୍ରାକାଳରେ ଯାତ୍ରା, ଶୁଭ କାମ ଇତ୍ୟାଦି ନିଶେଦ୍ଧ ହୋଇଥାଏ । ରକ୍ଷା ବନ୍ଧନକୁ ଏକ ଶୁଭ କାର୍ଯ୍ୟ ଭାବରେ ବିବେଚନା କରାଯାଏ । ଏହି କାରଣରୁ ରାକ୍ଷୀ ଭଦ୍ରାକାଳରେ ବନ୍ଧା ଯାଇ ନଥାଏ । ବିଶ୍ୱାସ କରାଯାଏ ଯେ, ଲଙ୍କା ଅଧିପତି ରାବଣଙ୍କୁ ତାଙ୍କ ଭଉଣୀ ଶୃପଣେଖା ଏହି ଭଦ୍ରାକାଳରେ ରାକ୍ଷୀ ବାନ୍ଧିଥିଲେ । ଯାହା ପରେ ରାବଣର ସର୍ବନାଶ ହୋଇଥିଲା ।

ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏବର୍ଷ ଭଦ୍ରାକାଳ ପାତାଳ ଲୋକରେ ଲାଗି ରହିବ । ଭଦ୍ରା ଯେଉଁ ଲୋକରେ ବାସ କରେ ସେହି ଲୋକରେ ମାଙ୍ଗଳିକ କାର୍ଯ୍ୟ କରାଯାଏ ନାହିଁ । ଅନ୍ୟ ଲୋକରେ ମାଙ୍ଗଳିକ କାର୍ଯ୍ୟ କରିବାରେ ଅସୁବିଧା ନାହିଁ । ତେଣୁ ଆଜି ରାକ୍ଷୀ ପୂର୍ଣ୍ଣିମା ପାଳନ କରିପାରିବେ ।

Get real time updates directly on you device, subscribe now.