fbpx

ରମେଶ ପୋଖରିଆଲ ହୋଇପାରନ୍ତି ଉତ୍ତରାଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ନିକଟରେ ୫ଟି ରାଜ୍ୟର ବିଧାନସଭା ନିର୍ବର୍ାଚନର ଫଳାଫଳ ଘୋଷଣା ସରିଛି । ତେବେ ବିଜେପି ଅଧୀନକୁ ଆସିଥିବା ୪ଟି ରାଜ୍ୟ ମଧ୍ୟରୁ ଗୋଟିଏ ହେଉଛି ଉତ୍ତରାଖଣ୍ଡ । ରାଜ୍ୟରେ ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରିଥିଲେ ହେଁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ପରାସ୍ତ ହୋଇଛନ୍ତି । ରାଜ୍ୟର ମୋଟ ୭୦ଟି ବିଧାନସଭା ଆସନ ମଧ୍ୟରୁ ଭାଜପା ୪୭ଟି ସିଟି ଅକ୍ତିଆର କରିଛି । ତେବେ ଏହା ମଧ୍ୟରେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଆସନରେ କିଏ ବସିବ ତାହାକୁ ନେଇ ଆରମ୍ଭ ହୋଇଯାଇଛି ଅଙ୍କକଷା ।

ତେବେ ଉତ୍ତରାଖଣ୍ଡରେ ଭାଜପାର ବିଜୟ ପଛରେ ରମେଶଙ୍କର ହାତ ରହିଥିବା ଚର୍ଚ୍ଚା ହେଉଛି । ତେଣୁ ସେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳି ପାରନ୍ତି । ବର୍ତ୍ତମାନ ସୁଦ୍ଧା ମୁଖ୍ୟମନ୍ତ୍ରୀ ପଦକୁ ନେଇ ଭାଜପାର ଶୀର୍ଷ ନେୃତ୍ୱମଣ୍ଡଳୀ କୌଣସି ନିଷ୍ପତ୍ତି ନେଇ ନାହାନ୍ତି । ଏନେଇ ରମେଶ କହିଛନ୍ତି ଯେ, ଦଳୀୟ ବିଧାୟକମାନେ ଯାହାକୁ ସେମାନଙ୍କର ନେତା ଭାବେ ବାଛିବେ, ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ । ସିଏମ ପଦବୀ ପାଇଁ ଆଶାୟୀ ପ୍ରାର୍ଥୀମାନଙ୍କୁ ଏଥିପାଇଁ ଅଧିକ ସଂଖ୍ୟାରେ ବିଧାୟକଙ୍କର ସମର୍ଥନ ଯୋଗାଡ଼ କରିବାକୁ ପଡ଼ିବ ।

ଅପରପକ୍ଷରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଧାମି ନିଜର ଇସ୍ତଫା ପତ୍ର ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ ଗୁରମିତ ସିଂହଙ୍କୁ ପ୍ରଦାନ କରିସାରିଛନ୍ତି । ତେବେ ନୂଆ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପର୍ଯ୍ୟନ୍ତ ଧାମି ଦାୟିତ୍ୱ ନିର୍ବାହ କରିବେ ବୋଲି ରାଜ୍ୟପାଳ କହିଛନ୍ତି । ଚଳିତ ନିର୍ବାଚନରେ ଧାମି କଂଗ୍ରେସ ପ୍ରାର୍ଥୀ ଭୁବନ ଚନ୍ଦ୍ର କାପଡ଼ୀଙ୍କଠାରୁ ୬ ହଜାରରୁ ଅଧିକ ଭୋଟରେ ପରାସ୍ତ ହୋଇଛନ୍ତି ।

Get real time updates directly on you device, subscribe now.