fbpx

(video): ରଣବୀର ଖାଇଲେ ଅମ୍ବାନୀ ଘର ପାନ, ହଳଦିଆ ରଙ୍ଗରେ ହଜିଲେ, ଝୁମିଲେ…

ନୂଆଦିଲ୍ଲୀ: ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚ୍ଚେଣ୍ଟଙ୍କ ହଳଦୀ ଉତ୍ସବରେ ଅଭିନେତା ରଣବୀର ସିଂ ସାମିଲ ହୋଇଛନ୍ତି । ଏହି ଉତ୍ସବରେ ସେ ହଳଦିଆ ରଙ୍ଗ ଡ୍ରେସରେ ହଲ୍ଲାବୋଲ କରିଛନ୍ତି । ଫ୍ୟାନ୍ସ ତାଙ୍କୁ ଦେଖି ବେଶ୍ ଖୁସି ହୋଇଛନ୍ତି । ରଣବୀର ନିଜ ଷ୍ଟାଇଲରେ ବହୁତ ହ୍ୟାଣ୍ଡସମ ମଧ୍ୟ ଲାଗୁଥିଲେ । ତାହାସହ ଏହି ସମାରୋହରେ ସେ ପାନ ଖାଉଥିବାର ନଜର ଆସିଛନ୍ତି । ଏହି ହଳଦୀ ଉତ୍ସବ ଅମ୍ବାନୀଙ୍କ ଘରେ ରଖାଯାଇଥିଲା । ଅମ୍ବାନୀ ପରିବାର ନିଜର ଅତିଥିଙ୍କୁ ଅନେକ ଭିନ୍ନ ଭିନ୍ନ ପ୍ରକାରର ବ୍ୟଞ୍ଜନ ସହିତ କରିଥିଲେ । ଏଥିରେ ଚେରି, କଟା ହୋଇଥିବା ଖଜୁରୀ ତଥା ଅନେକ ବ୍ୟଞ୍ଜନ ସହ ପାନକୁ ମଧ୍ୟ ସାମିଲ କରାଯାଇଥିଲା ।

କମଲା ପସନ୍ଦ ବିଜ୍ଞାପନ କରୁଥିବା ରଣବୀର ସିଂ ପାନ ଖାଉଥିବାର ନଜର ଆସିଥିଲେ । ଏହିସମୟରେ ସେ ହଳଦିଆ ରଙ୍ଗର ଡ୍ରେସ ପିନ୍ଧି ବହୁତ ସୁନ୍ଦର ମଧ୍ୟ ଲାଗୁଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । କହିରଖୁ, ରଣବୀର ସିଂ ବହୁତ ଶୀଘ୍ର ବାପା ମଧ୍ୟ ହେବାକୁ ଯାଉଛନ୍ତି । ତାଙ୍କ ପତ୍ନୀ ଦୀପିକା ପାଦୁକୋନ ମା’ ହେବେ । ସେମାନେ ତାଙ୍କ ପରିବାରକୁ ନୂଆ ଅତିଥିଙ୍କୁ ମଧ୍ୟ ସ୍ୱାଗତ କରିବେ । ଯାହାକୁ ରଣବୀରଙ୍କ ପ୍ରଶଂସକ ଚାହିଁ ରହିଛନ୍ତି ।

 

View this post on Instagram

 

A post shared by Viral Bhayani (@viralbhayani)

Get real time updates directly on you device, subscribe now.