fbpx

Big Breaking: ପ୍ରୋଟେମ୍ ସ୍ପିକର ହେଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ୱର: ରଣେନ୍ଦ୍ର ପ୍ରଦାପ ସ୍ୱାଇଁ ପ୍ରୋଟେମ ସ୍ପିକର ହୋଇଛନ୍ତି । ପ୍ରୋଟେମ ସ୍ପିକରଙ୍କୁ ଶପଥପାଠ କରାଇଲେ ରାଜ୍ୟପାଳ । ପ୍ରୋଟେମ ସ୍ପିକର ହେବା ପରେ ରଣେନ୍ଦ୍ରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ତାଙ୍କ କହିବାନୁଯାୟୀ, ‘୧୮, ୧୯ରେ ନବନିର୍ବାଚିତ ବିଧାୟକ ଶପଥ ନେବେ । ୨୦ ତାରିଖରେ ବାଚସ୍ପତି ନିର୍ବାଚନ ରହିଛି । ସେପର୍ଯ୍ୟନ୍ତ ମୋ କାର୍ଯ୍ୟ ମୁଁ ସୂଚାରୁ ରୂପେ କରିବି ।’

ଆଜି ରଜପର୍ବ ପାଇଁ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଟ୍ୱିଟରରେ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି, ସେ ଲେଖିଛନ୍ତି ଯେ, ଓଡ଼ିଶାର ଗଣପର୍ବ ‘ରଜ’ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। #ରଜପର୍ବ ଓଡିଆ ସଂସ୍କୃତି ଓ ପରମ୍ପରାର ଏକ ଉତ୍ସବ। ଆଜିର ଦିନରେ ସମସ୍ତଙ୍କ ଜୀବନ ଆନନ୍ଦ, ଉଲ୍ଲାସରେ ଭରି ଉଠୁ, ଏହାହିଁ ପ୍ରଭୁଙ୍କ ନିକଟରେ ମୋର ପ୍ରାର୍ଥନା।’

Get real time updates directly on you device, subscribe now.