ରାଣୀ ମୁଖୀର୍ଜୀଙ୍କ ନେକଲେସରେ ଇଏ କାହା ନାମ ? କାହିଁକି ଏହି ନାମର ନେକଲେସ ପିନ୍ଧିଛନ୍ତି ରାଣୀ? ଜାତୀୟ ଚଳଚିତ୍ର ପୁରସ୍କାର ବିତରଣ ବେଳେ ଖୋଲିଲା ବଡ଼ ଗୁମର…

ବଡ଼ ଖୁଲାସା କଲେ ରାଣୀ ମୁଖାର୍ଜୀ, ମନଦୁଃଖରେ କହିଲେ ଅନେକ କଥା

ମୁମ୍ବାଇ: କ୍ୟାରିଅରର 30 ବର୍ଷ ପରେ ଶାହରୁଖ ଖାନ ଓ ରାଣା ମୁଖାର୍ଜୀଙ୍କୁ ମିଳିଛି ସଫଳତା। ଶାହରୁଖ ଖାନଙ୍କୁ ସବୁଠାରୁ ଭଲ ଅଭିନେତା ଓ ରାଣୀଙ୍କୁ ସବୁଠାରୁ ବେଷ୍ଟ ଅଭିନେତ୍ରୀ ଭାବରେ ପୁରସ୍କୃତ କରାଯାଇଛି ।

ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଜିତିବା ପ୍ରାୟ ସମସ୍ତ ଅଭିନେତାଙ୍କର ଇଛା ଥାଏ । ଆଉ ଏହି ପୁରସ୍କାର ମିଳିବାର ଅର୍ଥ ତାଙ୍କ କାମରେ ସେମମାନେ ଦକ୍ଷତା ହାସଲ କରିଛନ୍ତି। ତେବେ ପୁରସ୍କାର ମିଳିବା ପରେ ରାଣି ଏନେଇ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଥିଲେ । ଏହି ସମୟରେ ନେକଲେସକୁ ନଜର କରି ଜଣେ ତାଙ୍କୁ ଏହା ବାବଦରେ ପଚାରିଥିଲେ।

ସୂଚାନଯୋଗ୍ୟ ଯେ ରାଣୀ ମୁଖାର୍ଜୀଙ୍କ ନେକଲେସରେ ‘ଆଦିରା’ ଲେଖାଯାଇଥିଲା । ଏହା ଦେଖି ଜଣେ ରିପୋର୍ଟର ତାଙ୍କୁ ପଚାରିଥିଲେ କି ଆପଣ ନେକଲେସରେ ଆଦିରା କାହିଁ କି ଲେଖିଛନ୍ତି ।

ଜବାବରେ ସେ କହିଥିଲେ କି, ମୁଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବା ପାଇଁ ମନୋନୀତ ହେବା ପରେ ଘରେ ସମସ୍ତେ ଖୁସି ହୋଇଥିଲେ । ଆଉ ସବୁଠାରୁ ଅଧିକ ଖୁସିଥିଲା ମୋ ଝିଅ ‘ଆଦିରା’ । ମାତ୍ର ଯେତେବେଳେ ତାଙ୍କୁ କୁହାଗଲା ଯେ 14 ବର୍ଷରୁ କମ୍ ବୟସର ପିଲାମାନଙ୍କୁ ସେଠାକୁ ଯିବାକୁ ଅନୁମତି ଦିଆଯିବ ନାହିଁ, ସେତେବେଳେ ତାର ହୃଦୟ ଭାଙ୍ଗିଗଲା। ସେ ଦୁଃଖିତ ଥିଲା ।

ଏଣୁ ଏଠାକୁ ଆଦିରାକୁ ଆଣି ପାରି ନଥିଲି ସତ, ମାତ୍ର ତା ନାମର ନେକଲେସ ପିନ୍ଧିଲେ ମତେ ଲାଗେ ସେ ମୋ ସହ ଅଛି । ଆଉ ଏହି ନେକଲେସ ଦେଖି ଝିଅ ଆଦିରା ମଧ୍ୟ ଖୁସି ହୋଇଥିଲା।

ସୂଚନାଯୋଗ୍ୟ ଯେ ଶ୍ରୀମତୀ ଚାଟାର୍ଜୀ ଭରସେସ ନରୱେ ପାଇଁ ରାଣୀ ପ୍ରଥମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଜିତିଛନ୍ତି। ଆଉ ଏହା ତାଙ୍କ ଜୀବନର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଦିନ ବୋଲି ସେ କହିଛନ୍ତି।