fbpx

OAS ସ୍ତରରେ ଅଦଳବଦଳ: ରଂଜନ କୁମାର ଦାସ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିଯୁକ୍ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ଅଧିକାରୀ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରାଯାଇଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ସରକାରଙ୍କ ସ୍ୱତନ୍ତ୍ର ସଚିବ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗର ନିର୍ଦେଶକ ରଞ୍ଜନ କୁମାର ଦାସଙ୍କୁ (୨୦୦୭ କ୍ୟାଡର) ଶ୍ରଜଗନ୍ନାଥ ମନ୍ଦିର ମୁଖ୍ୟ ସ୍ଥାୟୀ ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ପାଇଛନ୍ତି। ତାଙ୍କ ପଦବୀ ଜଣେ ସ୍ଵତନ୍ତ୍ର ସଚିବ ପାହ୍ୟାର ପଦବୀ ସହ ସମାନ ହେବ। ରଞ୍ଜନ ଦାସ ଦାୟିତ୍ୱ ଗ୍ରହଣ କରିବା ପର୍ଯ୍ୟନ୍ତ ବର୍ତ୍ତମାନର ଶ୍ରୀମନ୍ଦିର ପ୍ରଶାସକ ବିକ୍ରମ ଯାଦବ ଦାୟିତ୍ୱରେ ରହିବେ।

ସେହିପରି ରାଜ୍ୟ ସରକାର ଦିଲ୍ଲୀପ ରାଉତରାୟଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି। ୨୦୦୩ ବ୍ୟାଚର ଆଇଏଏସ୍‌ ଅଧିକାରୀ ଶ୍ରୀକାନ୍ତ ପୃଷ୍ଟିଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସ୍ୱତନ୍ତ୍ର ସଚିବ ଦାୟିତ୍ବ ମିଳିଛି। ଶ୍ରୀକାନ୍ତ ପୃଷ୍ଟି ଏବେ ହସ୍ତତନ୍ତ୍ର, ହସ୍ତଶିଳ୍ପ ଓ ବୟନଶିଳ୍ପ ବିଭାଗରେ କାର୍ଯ୍ୟରତ ଅଛନ୍ତି।

Image

Get real time updates directly on you device, subscribe now.