ଡାର୍କ କମେଡିର ଅର୍ଥ କ’ଣ? ଯେଉଁଥିରେ ପ୍ରଶ୍ନ ପଚାରି ଫସିଗଲେ ୟୁଟ୍ୟୁବର ରଣବୀର ଆହ୍ଲାବାଦିଆ
ଡାର୍କ କମେଡି ପାଇଁ ଫସିଗଲେ ୟୁଟ୍ୟୁବର ରଣବୀର ଆହ୍ଲାବାଦିଆ
ନୂଆଦିଲ୍ଲୀ: ୟୁଟ୍ୟୁବର ରଣବୀର ଆହ୍ଲାବାଦିଆ ବିବାଦରେ ଫସିଯାଇଛନ୍ତି। ସମୟ ରୈନାଙ୍କ ଶୋ ଇଣ୍ଡିଆଜ ଗଟ୍ ଲାଟେଣ୍ଟରେ ପାନେଲିଷ୍ଟ ଭାବେ ସାମିଲ ହୋଇଥିବା ରଣବୀର ଆହ୍ଲାବାଦିଆ ବାପା-ମାଆଙ୍କୁ ନେଇ କିଛି ଏପରି ବିବାଦୀୟ କମେଣ୍ଟସ୍ କରିଛନ୍ତି, ଯାହାକି ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି।
ସୋସିଆଲ ମିଡିଆ ୟୁଜର୍ସ ଏ ନେଇ ଆଲୋଚନା ଜାରି ରଖିଛନ୍ତି। ତେବେ ରଣବୀର ଆହ୍ଲାବାଦିଆ ନିଜ କମେଣ୍ଟକୁ ନେଇ ଭୁଲ ମାଗିଛନ୍ତି ଏବଂ ସେ ଶୋ ମେକର୍ସଙ୍କୁ ନିଜର ଏହି ବିବାଦୀୟ ଅଂଶକୁ କାଟିବାକୁ ଅନୁରୋଧ କରିଛନ୍ତି।
ସମୟ ରୈନାଙ୍କ ଶୋ ଇଣ୍ଡିଆଜ ଗଟ୍ ଲାଟେଣ୍ଟ ଡାର୍କ କମେଡି ପାଇଁ ଲୋକପ୍ରିୟ। ଏଥିରେ ରଣବୀର ଆହ୍ଲାବାଦିଆ କିଛି ଏଭଳି କମେଣ୍ଟସ କରିଛନ୍ତି, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି।
ଏହାପରେ ୟୁଜର୍ସଙ୍କ କମେଣ୍ଟ ହଇଚଇ ସୃଷ୍ଟି କରିଛି। ତେବେ ଏହି ମାମଲା ସାମ୍ନାକୁ ଆସିବା ପରେ ଲୋକେ ଏହି ଡାର୍କ କମେଡି ବିଷୟରେ ଜାଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି, ତେବେ ଆସନ୍ତୁ ଜାଣିବା ଏହି ବିଷୟରେ..
ଡାର୍କ କମେଡି: ଆଜିକାଲି ଷ୍ଟାଣ୍ଡଅପ କମେଡିରେ ଏହି ବିଧିକୁ ପ୍ରୟୋଗ କରାଯାଉଛି। ଏଥିରେ ହୋଷ୍ଟ ଏଭଳି ପ୍ରସଙ୍ଗକୁ ଉଠାଇଥାଏ, ଯାହାକୁ ସାଧାରଣ ଭାବେ ସମାଜ ପାଇଁ ନିଷିଦ୍ଦ ବୋଲି କୁହାଯାଇଥାଏ।
ସରଳ ଭାବେ କହିବାକୁ ଗଲେ, ଡାର୍କ କମେଡିରେ ଏଭଳି ପ୍ରସଙ୍ଗକୁ ଉଠାଯାଏ, ଯାହାକୁ ସମାଜରେ ଖୋଲାଖୋଲି ଭାବେ କୁହାଯାଇପାରିବ ନାହିଁ। ହୋଷ୍ଟ ଏହି ନିଷିଦ୍ଦ ପ୍ରସଙ୍ଗକୁ ସାମାନ୍ୟ କରି କମେଡି ସହ ପରିବେଶଣ କରିଥାଏ ଏବଂ ଏହାକୁ ବ୍ୟଙ୍ଗାତ୍ମକ କରିଥାଏ।