fbpx

ନିଶା ଇଞ୍ଜେକସନ୍ ଦେଇ ଯୁବତୀଙ୍କୁ ଗଣଦୁଷ୍କର୍ମ

ନୂଆଦିଲ୍ଲୀ, ୫ା୩: ନିଶା ଇଞ୍ଜେକସନ୍ ଦେଇ ଜଣେ ୨୨ ବର୍ଷୀୟା ଯୁବତୀଙ୍କୁ ଗଣଦୁର୍ଷ୍କମ କରାଯାଇଛି । ଝାଡ଼ଖଣ୍ଡର ସରାୟକେଲା ଅଞ୍ଚଳରେ ଏହି ଘଟଣା ଘଟିଛି । ପୀଡ଼ିତାଙ୍କୁ ୬୦ ଜଣ ଏକ ମାସ ପାଇଁ ବନ୍ଦୀ କରି ଏହି ଅପରାଧ ଘଟାଇଥିବା ଅଭିଯୋଗ ହୋଇଛି । ତେବେ ଯୁବତୀ ଜଣକ ମାନସିକ ଭାରସାମ୍ୟ ହରାଇ ବସିଥିବା ବେଳେ ତାଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାର ଯାଞ୍ଚ ଚଳାଇଥିବା ଜଣାପଡ଼ିଛି ।

ନିଶା ଇଞ୍ଜେକସନ ଦେଇ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ଯୁବତୀଜଣକ ଅଭିଯୋଗ କରିଛନ୍ତି । ଯୁବତୀ ଜଣକ ଜାମସେଦପୁରର ବାସିନ୍ଦା ହୋଇଥିବା ବେଳେ ତାଙ୍କ ଶରୀରରେ ଇଞ୍ଜେକସନର ଚିହ୍ନ ଓ ଆଖିରେ କ୍ଷତ ରହିଛି । ବର୍ତ୍ତମାନ ସୁଦ୍ଧା ଆସାମୀମାନଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇନାହିଁ । ଡାକ୍ତରଙ୍କ ଯାଞ୍ଚ ପରେ ଯୁବତୀଙ୍କୁ ପୁଣି ପଚରାଉଚରା କରାଯିବା ସହ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।

Get real time updates directly on you device, subscribe now.