fbpx

ଆଜୀବନ କାରାଦଣ୍ଡର ରାୟ ଶୁଣି ରାଗିଗଲା ଦୁଷ୍କର୍ମକାରୀ ଅଭିଯୁକ୍ତ, ବିଚାରପତିଙ୍କ ଉପରକୁ ଫିଙ୍ଗିଲା ଚପଲ

ଅହମଦାବାଦ: ଏକ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜଣେ ଯୁବକକୁ କୋର୍ଟ ଆଜୀବନ ଜେଲଦଣ୍ଡ ଦେଇଥିବା ବେଳେ ସେ ରାଗି ଯାଇ ବିଚାରପତିଙ୍କ ଉପରକୁ ଚପଲ ମାଡ଼ କରିଛି । ଗୁଜରାଟର ସୁରତରେ ଥିବା ଗୋଟିଏ କୋର୍ଟରେ ଏପରି ଘଟଣା ଘଟିଛି । ୨୭ ବର୍ଷୀୟ ସୁଜିତ ସକେତ ଗତବର୍ଷ ଏପ୍ରିଲ ମାସରେ ଜଣେ ୫ ବର୍ଷୀୟ ଝିଅକୁ ଦୁଷ୍କର୍ମ କରିବା ପରେ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିଲା ।

ପ୍ରଥମେ ସେ ନାବାଳିକାକୁ ଚକଲେଟ ଦେବା ନାଁରେ ନିଜ ପାଖକୁ ଡାକିଥିଲେ । ଏହାପରେ ତା’କୁ ଦୁଷ୍କର୍ମ କରି ହତ୍ୟା କରିଥିଲା । ପୀଡ଼ିତାଙ୍କ ବାପା ଜଣେ ପ୍ରବାସୀ ଶ୍ରମିକ । ପୁଲିସ୍‌ ଅଭିଯୋଗ ପାଇବା ପରେ ତୁରନ୍ତ ତଦନ୍ତ କରି ସୁ଼ଜିତକୁ ଗିରଫ କରିଥିଲା । କୋର୍ଟ ବର୍ଷକୁ କମ ସମୟ ମଧ୍ୟରେ ମାମଲା ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି । କୋର୍ଟଙ୍କ ସୁଜିତ ଉପରେ ୨୦ ଲକ୍ଷ ଟଙ୍କାର ଜୋରିମାନା ଲାଗୁ କରିଛନ୍ତି । ଏହି ଅର୍ଥ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଦିଆଯିବ । ଚପଲ ଫିଙ୍ଗିବା ବେଳେ କୋର୍ଟରେ ଉପସ୍ଥିତ ଥିବା ଓକିଲ ବିନୟ ଶର୍ମା କହିଛନ୍ତି, ବିଚାରପତି ରାୟ ଶୁଣାଇ ସାରିବା ପରେ ହିଁ ଦୋଷୀ ଜଣକ ତାଙ୍କ ଉପରକୁ ଚପଲ ଫିଙ୍ଗିଥିଲା । ସେ ରାୟକୁ ବିରୋଧ କରିବା ସହ ମିଛ କେସରେ ତା’କୁ ଫସାଇ ଦିଆଯାଇଥିବା ଦାବି କରିଥିଲା ।

Get real time updates directly on you device, subscribe now.