fbpx

ହତ୍ୟାଠାରୁ ବି ଭୟଙ୍କର ଦୁଷ୍କର୍ମ, ଅନ୍ତରାତ୍ମାକୁ ମାରିଦିଏ: ଅଭିଯୁକ୍ତକୁ ୧୦ ବର୍ଷର ଦଣ୍ଡ ଶୁଣାଇଲେ ପୋକ୍ସୋ କୋର୍ଟ

Advertisement

ନୂଆଦିଲ୍ଲୀ: ଦୁଷ୍କର୍ମ ହତ୍ୟାଠାରୁ ବି ଗମ୍ଭୀର ଅପରାଧ । ଏହା ଦ୍ୱାରା ପୀଡିତାଙ୍କ ଅନ୍ତରାତ୍ମା ମରିଯାଏ । ଏପରି କହିବା ସହିତ ଜଣେ ଅଭିଯୁକ୍ତଙ୍କୁ ୧୦ ବର୍ଷର କାରାଦଣ୍ଡ ଶୁଣାଇଛନ୍ତି ମୁମ୍ବାଇର ଏକ ପୋକ୍ସୋ କୋର୍ଟ । ଜଣେ ଅସହାୟ ମହିଳୂାଙ୍କ ସହିତ ଏପରି ହେବା ଦ୍ୱାରା ସେ ସାରା ଜୀବନ ପାଇଁ ଏହାକୁ ସାମ୍ନା କରିବାକୁ ବାଧ୍ୟ ହୋଇଥାନ୍ତି । ୨୦୧୨ ମସିହାରେ ଜଣେ ମାନସିକ ଅନଗ୍ରସର ନାବାଳିକାଙ୍କ ସହିତ ଘଟିଥିବା ଗଣଦୁଷ୍କର୍ମ ମାମଲାରେ ୨୮ ବର୍ଷର ବ୍ୟକ୍ତିଙ୍କୁ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ୨୦୧୨ ମସିହାରେ ଏହି କାଣ୍ଡ ଘଟିଥିବା ବେଳେ ମାମଲାର ବିଚାର ଚାଲିଥିବା ବେଳେ ଆଉ ଜଣେ ଅଭିଯୁକ୍ତ ପ୍ରାଣ ହରାଇଥିଲେ ।

ନାବାଳିକା ପୀଡିତା ଜଣଙ୍କ ମାନସିକ ଭାବରେ ଅନଗ୍ରସର ଥିଲେ ମଧ୍ୟ କୋର୍ଟରେ ଅଭିଯୁକ୍ତଙ୍କୁ ଚିହ୍ନିଥିଲେ । ଏପରିକି ମୃତ ଅଭିଯୁକ୍ତଙ୍କର ମଧ୍ୟ ଚିହ୍ନଟ କରିଥିଲେ ମହିଳା । ଦୁଇ ଅଭିଯୁକ୍ତ ନାବାଳିକାଙ୍କ ସହିତ ଖରାପ କାମ କରିଥିବା ସ୍ପଷ୍ଟ ହୋଇଛି ବୋଲି କହିଥିଲେ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଜଜ୍ ଏଚ୍ ସି ଶେନ୍ଦେ । ଦୁଷ୍କର୍ମ ହୋଇଥିବା ନେଇ ଶିଶୁଟିର ମା’ ପ୍ରଥମେ ଅଭିଯୋଗ ଆଣିଥିଲେ । ଶିଶୁଟିର ମାନସି ଅନଗ୍ରସରତା କାରଣରୁ ସେ ସ୍କୁଲ ଯାଇନଥାଏ । ସେପ୍ଟେମ୍ବର ୪, ୨୦୧୫ରେ ମା’ କାମରୁ ଫେରିବା ପରେ ନାବାଳିକାର ବ୍ୟବହାରରେ ପରିବର୍ତ୍ତନ ଲକ୍ଷ୍ୟ କରିଥିଲେ ।

ଏହାପରେ ଝିଅକୁ ପଚାରିବା ପରେ ସତ କଥା ଜଣାପଡିଥିଲା । ୧୦ ଟଙ୍କା ଦେବା ବାହାନାରେ ନିଚ୍ଛାଟିଆ ସ୍ଥାନକୁ ଡାକି ଦୁଇ ଅଭିଯୁକ୍ତ ଖରାପ କାମ କରୁଥିଲେ । ଏପରିକି ଅତୀତରେ ବହୁତ ଥର ଏଭଳି ଘଟଣା ଘଟିଥିବା ନାବାଳିକା ଜଣଙ୍କ ପ୍ରକାଶ କରିଥିଲେ । ଏପରିକି ଘଟଣା ସମ୍ପର୍କରେ ପ୍ରକାଶ କଲେ ଗଳା କାଟି ହତ୍ୟା କରିବାକୁ ମଧ୍ୟ ଧମକ ଦେଇଥିଲେ । ଦୁଷ୍କର୍ମ ଏକ ଗର୍ହିତ ଅପରାଧ । ମାତ୍ର ଜଣେ ମାନସିକ ଅନଗ୍ରସର ନାବାଳିକାଙ୍କ ସହିତ ଏପରି ହେବା ଆହୁରି ଭୟଙ୍କର । ଅସହାୟ ମହିଳା ସାରା ଜୀବନ ପାଇଁ ଜଣେ ପୀଡିତାର ବୋଝ ବହନ କରି ଚାଲିବେ ବୋଲି କୋର୍ଟ କହିବା ସହିତ ଅଭିଯୁକ୍ତଙ୍କୁ ୧୦ ବର୍ଷର ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି ।

Get real time updates directly on you device, subscribe now.