fbpx

(Video)କ୍ୟାମେରାରେ କଏଦ ହେଲା ଲାଇଭ ମର୍ଡର, ଗୋଟେ ପରେ ଗୋଟେ ଗୁଳିମାଡ଼; ଭିଡ଼ିଓ ଦେଖିଲେ କମ୍ପିବ ଦେହ

ନୂଆଦିଲ୍ଲୀ:ଜମି ବିବାଦ ପାଇଁ ଗଡ଼ିଲା ମୁଣ୍ଡ। କିଛି ଏଭଳି ଖବର ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ। ମୋରେନା ଜିଲ୍ଲାର ଲେପା ଗ୍ରାମରେ ହୋଇଥିବା ଜମି ବିବାଦରେ ଦୁଇ ପରିବାର ମଧ୍ୟରେ ଭୟଙ୍କର ଝଗଡା ଲାଗିଥିଲା । ଯାହା ପାଇଁ ୬ ଜଣଙ୍କୁ ଗୁଳିମାଡ଼ ହେଇଥିବା ସୂଚନା ମିଳିଛି । ଗୁଳିମାଡ଼ ହେଇଥିବା ୬ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହେଇଛି ।

ସୂଚନାମୁତାବକ ଜମି ସମ୍ପର୍କରେ ଦୁଇ ପରିବାର ମଧ୍ୟରେ ଏକ ପୁରୁଣା ଶତ୍ରୁତା ଚାଲିଥିଲା। ଏହି ହତ୍ୟାକାଣ୍ଡର ଭିଡିଓ ଏବେ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ପରଠାରୁ ଗାଁରେ ଉତ୍ତେଜନା ଦେଖାଦେଇଛି। ଘଟଣା ଖବର ପାଇବା ମାତ୍ରେ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ୨୦୧୪ ରେ ମଧ୍ୟ ଉଭୟ ପକ୍ଷ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ତା’ପରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ଉଭୟ ପକ୍ଷ ମଧ୍ୟରେ ପୁରୁଣା ଶତ୍ରୁତା ଆହୁରି ବଢିଥିଲା। ମୃତକଙ୍କ ମଧ୍ୟରେ ପରିବାର ସଦସ୍ୟ ତଥା ତାଙ୍କର ପିତା , ପୁତ୍ର ମଧ୍ୟ ସାମିଲ ଅଛନ୍ତି ।

Get real time updates directly on you device, subscribe now.