fbpx
BSKY SKY
BSKY SKY

Cricket World Cup: ଏହି ୪ ଟିମ୍ ବିପକ୍ଷରେ ସ୍ପିନ୍ ପିଚ୍‌ରେ ଖେଳିବାକୁ ଚାହୁଁଛି ଭାରତ, ଅହମ୍ମଦାବାଦରେ ଖେଳାଯିବ ଭାରତ ବନାମ ପାକିସ୍ତାନ ମ୍ୟାଚ୍!

BSKY

ମୁମ୍ବାଇ: ଚଳିତ ବର୍ଷ ଭାରତରେ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ୍। ଏଥିରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ଅହମ୍ମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇପାରେ। ୨୦୧୬ ପରେ ପ୍ରଥମ ଥର ଭାରତ ମାଟିରେ ଦୁଇ ଦେଶ କ୍ରିକେଟ୍ ପଡ଼ିଆରେ ମୁହାଁମୁହିଁ ହେବେ। ଆଇପିଏଲ୍ ଶେଷ ହେବା ପରେ ଏକ କାର୍ଯ୍ୟକ୍ରମରେ ବିଶ୍ୱକପ୍ କାର୍ଯ୍ୟସୂଚୀ ଘୋଷଣା ହୋଇପାରେ।

ତେବେ ଭାରତ ଏହି ବିଶ୍ୱକପ୍ ଆୟୋଜନ କରୁଥିବା ବେଳେ ଏହାର ଫାଇଦା ନେବାକୁ ମଧ୍ୟ ଚେଷ୍ଟା କରୁଥିବା ଜଣାପଡ଼ିଛି। ସୁତ୍ରରୁ ମିଳିଥିବା ଖବର ଅନୁଯାୟୀ ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସ୍ପିନ୍ ବା ଧିମା ପିଚ୍‌ରେ ଖେଳିବାକୁ ବିସିସିଆଇକୁ ଅନୁରୋଧ କରିଛି। ଯାହା ଫଳରେ ଆୟୋଜକ ଟିମ୍ ଘରୋଇ ପରିବେଶର ଯଥେଷ୍ଟ ଫାଇଦା ନେଇପାରିବ।

ଯଦି ସବୁକିଛି ଠିକ୍ ହୁଏ ତେବେ ଅକ୍ଟୋବର ୫ ରୁ ଦିନିକିଆ ବିଶ୍ୱକପ୍ ଅନୁଷ୍ଠିତ ହେବ। ଏହି ସମ୍ମାନଜନକ ଟୁର୍ନାମେଣ୍ଟ ପାଇଁ ନାଗପୁର, ବେଙ୍ଗାଲୁରୁ, ତ୍ରିବେନ୍ଦ୍ରମ, ମୁମ୍ବାଇ, ଦିଲ୍ଲୀ, ଲକ୍ଷ୍ନୌ, ଗୌହାଟି, ହାଇଦ୍ରାବାଦ, କୋଲକାତା, ରାଜକୋଟ, ଇନ୍ଦୋର, ବେଙ୍ଗାଲୁରୁ ଏବଂ ଧର୍ମଶାଳାକୁ ସାମିଲ କରି ୧୨ ଟି ସ୍ଥାନ ସର୍ଟଲିଷ୍ଟ କରାଯାଇଛି।

ଏହି ଦିଗରେ କିଛି ରାଜ୍ୟ କେତୋଟି ନିର୍ଦ୍ଧିଷ୍ଟ ମ୍ୟାଚ୍ ଆୟୋଜନ କରିବା ପାଇଁ ଇଚ୍ଛା ପ୍ରକାଶ କରି ଏହାର ତାଲିକା ବିସିସିଆଇ ନିକଟକୁ ପଠାଇ ସାରିଛନ୍ତି। ତେବେ ଚେନ୍ନାଇର ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମ ଅଷ୍ଟ୍ରେଲିଆ ଏବଂ ଭାରତ ମ୍ୟାଚ୍ ଅୟୋଜନ କରିପାରେ। ତେବେ ଏ ଦିଗରେ ଶେଷ ନିଷ୍ପତି ବିସିସିଆଇ ନେବ।

ରିପୋର୍ଟ ଅନୁଯାୟୀ, ସୁରକ୍ଷା କାରଣରୁ ପାକିସ୍ତାନ ଦଳ ଚେନ୍ନାଇ ଏବଂ ବେଙ୍ଗାଲୁରୁରେ ଅଧିକାଂଶ ମ୍ୟାଚ୍ ଖେଳିପାରେ, ତୃତୀୟ ସ୍ଥାନ କୋଲକାତାର ଇଡେନ୍ ଗାର୍ଡେନ୍ ଷ୍ଟାଡିୟମ୍ ହୋଇପାରେ। ସେହିଭଳି ବାଂଲାଦେଶ ଦଳ ଏହାର ଅଧିକାଂଶ ମ୍ୟାଚ୍ କୋଲକାତା ଏବଂ ଗୌହାଟିରେ ମଧ୍ୟ ଖେଳା ଯାଇ ପାରେ, ଯାହା ଫଳରେ ପଡୋଶୀ ଦେଶରୁ ପ୍ରଶଂସକ ମାନଙ୍କୁ ମ୍ୟାଚ ଦେଖି ଆସିବାକୁ ସୁବିଧା ହେବ।

ବିଶ୍ୱକପ୍ ଆୟୋଜନ ପାଇଁ ବିଭିନ୍ନ ରାଜ୍ୟ ବୋର୍ଡ ଅଧିନରେ ଥିବା ଷ୍ଟାଡିୟମ ଗୁଡ଼ିକର ପୁନଃନିର୍ମାଣ ଏବଂ ଭିତ୍ତିଭୁମି ଅପଗ୍ରେଡ୍ କରିବା ପାଇଁ ୫୦୦ କୋଟି ଟଙ୍କା ଆବଣ୍ଟନ କରିଛି। ନିିକଟରେ ସମାଲୋଚନା ପରେ ଷ୍ଟାଡିୟମର ଭିତ୍ତିଭୁମି, ଶୌଚାଳୟ, ସୁଗମ ଏବଂ ସ୍ୱଚ୍ଚ ସିଟ୍ ଆଦି ବିସିସିଆଇର ମୁଖ୍ୟ ଉଦେଶ୍ୟ ବୋଲି ଜୟ ଶାହା କହିଛନ୍ତି। ଏ ଦିଗରେ କାର୍ଯ୍ୟ ଚାଲିଛି ଏବଂ ବିଶ୍ୱକପ୍ ପୁର୍ବରୁ ସମସ୍ତ କାର୍ଯ୍ୟ ଶେଷ ହେବ ବୋଲି ମଧ୍ୟ ସେ କହିଛନ୍ତି।

Get real time updates directly on you device, subscribe now.