fbpx
BSKY SKY
BSKY SKY

ପାରାଦୀପରୁ ଉଦ୍ଧାର ହେଲା ବିରଳ ଜନ୍ତୁ

BSKY

ପାରାଦୀପ(ଓଡ଼ିଶା ଭାସ୍କର): ଦୁନିଆରେ ଅନେକ ବିରଳ ଜନ୍ତୁ ଉଦ୍ଧାର ହେଉଥିବା ଘଟଣା ତ ଆପଣ ଶୁଣିଥିବେ । ଏହାରି ମଧ୍ୟରେ ପାରାଦୀପ ଅଞ୍ଚଳରେ ଏକ ବିରଳ ଜନ୍ତୁ ଜାଲରେ ପଡ଼ିଛି । ଜନ୍ତୁଟି ଦକ୍ଷିଣ ଆଫ୍ରିକୀୟ ଜୀବ ‘ହନି ବ୍ୟାଜର’ ବୋଲି କୁହାଯାଉଥିବା ବେଳେ ଏହାକୁ ଦେଖିବାକୁ ଲୋକଙ୍କର ଭିଡ଼ ଜମିଥିଲା । ପାରାଦୀପ ଆଇଓସିଲ ରିଫାଇନାରୀ ନିକଟ ମାହାଲ ଗ୍ରାମରେ ଏହି ଜୀବଟିକୁ ଦେଖିବାକୁ ମିଳିଛି । ପ୍ରଥମଥର ପାଇଁ ଏହି ଜୀବକୁ ଦେଖିଥିବା ନେଇ ଗାଁଲୋକେ ପ୍ରତିକ୍ରିୟା ଦେଇଛନ୍ତି । ଫଳରେ ସ୍ଥାନୀୟ ଲୋକମାନେ ଏହାକୁ ‘ଗାଢ଼ ଭାଲୁ’ ବୋଲି କହୁଛନ୍ତି ।

ମିଳିଥିବା ସୂଚନା ମୁତାବକ, ପାନବରଜ ମୂଳ କୌଣସି ଜୀବଜନ୍ତୁ ତାଡ଼ି ଦେଉଥିବା ନେଇ ପାନଚାଷୀମାନେ ଜାଲ ପକାଇଥିଲେ । କିନ୍ତୁ ପାନଚାଷୀଙ୍କ ଜାଲରେ ହନି ବ୍ୟାଜର ଜନ୍ତୁଟି ଫସିଯାଇଥିଲା । ଜାଲରୁ ଉଦ୍ଧାର ପରେ ଜନ୍ତୁଟି ଲୋକଙ୍କୁ କାମୁଡି ଗୋଡାଉଥିବା ଲୋକେ କହିଛନ୍ତି । ଗ୍ରାମବାସୀମାନେ ତାକୁ ଜାଲରୁ ସମ୍ପୂର୍ଣ୍ଣ ମୁକ୍ତ କରିବା ପରେ ସେ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲା ।

ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ଯେ, ଏହି ବିରଳ ପ୍ରଜାତିର ଜୀବ ପାରାଦୀପ ଅଞ୍ଚଳରେ ଥିବା ବନ ବିଭାଗ ପାଖରେ ବି କିଛି ଖବର ନାହିଁ । ଏହି ଖବରକୁ ପ୍ରଥମେ ବନ ବିଭାଗ ଅସ୍ୱୀକାର କରିଥିଲା । ପରେ ଫଟୋ ଦେଖିବାରୁ ଏହି ଜୀବ ସମ୍ପର୍କରେ ଅନୁଧ୍ୟାନ ଜାରି ରଖିଥିବା କହିଛି ବନ ବିଭାଗ ।

Get real time updates directly on you device, subscribe now.