fbpx
BSKY SKY
BSKY SKY

ପ୍ରଥମ ପତ୍ନୀକୁ ବାପଘରେ ଛାଡି ଦ୍ବିତୀୟ ବିବାହ କଲେ ରସିକିଆ ସ୍ୱାମୀ, ଅଭିଯୋଗ ପରେ ବାନ୍ଧିଲା ପୋଲିସ

BSKY

ବାଲିପାଟଣା, (ଭାସ୍କର ନ୍ୟୁଜ୍‌) : ପ୍ରଥମ ସ୍ତ୍ରୀ ଏବଂ ଗୋଟିଏ ପିଲା ଥାଇ ଦ୍ୱିତୀୟ ବିବାହ କରିବା ରସିକିଆ ସ୍ୱାମୀଙ୍କୁ ପଡିଲା ମହଙ୍ଗା । ପ୍ରଥମ ସ୍ତ୍ରୀର ଅଭିଯୋଗ ପରେ ଥାନ କୁ ଟଣା ହେଲେ ରସିକିଆ ସ୍ୱାମୀ । ଗିରଫ୍ ହୋଇଥିବା ସ୍ୱାମୀଙ୍କ ନାମ ମନୋଜ କୁମାର ନାୟକ (୨୮) ପିତା ଜୟକୃଷ୍ଣ ନାୟକ ମୂଳ ବାସିନ୍ଦା ଖୋର୍ଦ୍ଧା ଜିଲ୍ଲା ବୋଲଗଡର ଡିଘିରି ଗ୍ରାମର । ବର୍ତ୍ତମାନ ଭୁବନେଶ୍ୱର ମଞ୍ଚେଶ୍ୱର ସ୍ଥିତ ମଣି ନାଗେଶ୍ୱର ବସ୍ତି ରହୁଥିବା ସୂଚନା ମିଳିଛି ।

ସୂଚନା ମୁତାବିକ, ପ୍ରଥମ ସ୍ତ୍ରୀ ବାଲିାଟଣା ଥାନା ଅନ୍ତର୍ଗତ ପୁବାଗଡ ଗ୍ରାମ ଜାଜ୍ଞସେନି ଦେବଙ୍କୁ ଫେସ୍‌ବୁକ୍‌ରେ ଦେଖା ତା’ପରେ ୨୦୨୦ ମସିହା ମାର୍ଚ୍ଚ ୧୧ ତାରିଖ ରେ ପ୍ରେମ ବିବାହ କରିଥିଲେ । ଏବେ ତାଙ୍କର ଦେଢ ବର୍ଷର ଝିଅ ଅଛି କିନ୍ତୁ ପ୍ରଥମ ସ୍ତ୍ରୀଙ୍କୁ ତାଙ୍କ ବାପଘରେ ଛାଡ଼ି ପୁଣି ଚଳିତ ବର୍ଷ ମାର୍ଚ୍ଚ ୧୦ ତାରିଖରେ ପୁନଃ ବୋଲଗଡ଼ ର ଗୋଠଗୋପାଳିଆ ଗ୍ରାମର ଗୀତାଞ୍ଜଳି ନାୟକ (୨୦) ଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ଏହା ଜାଣିବା ପରେ ପ୍ରଥମ ସ୍ତ୍ରୀ ଥାନାର ଦ୍ୱାରସ୍ଥ ହୋଇଥିଲେ । ତଦନ୍ତ ପରେ ଗତକାଲି ମନୋଜଙ୍କୁ ଗିରଫ୍‌ କରାଯାଇ ଥିଲା ତାଙ୍କର ଡାକ୍ତର ମାଇନା କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ କୃପାସିନ୍ଧୁ ବରାଡ଼ ସୂଚନା ଦେଇଛନ୍ତି।

Get real time updates directly on you device, subscribe now.