fbpx

ପାଉଣା ନମିଳିବା ଯାଏଁ ରଥଖୋଲା ବନ୍ଦ

ପୁରୀ, ୪ା୮(ଓଡ଼ିଶା ଭାସ୍କର): ଚଳିତବର୍ଷ ୩ରଥର ସଂରକ୍ଷଣ ପାଇଁ ପୁରୀରେ ଗତ ୨୯ତାରିଖଠାରୁ ରଥ ଖୋଲା କାର୍ଯ୍ୟ ଆରମ୍ଭ କରାଯାଇଥିଲା । କିନ୍ତୁ ରଥ ଖୋଲା ପାଉଣା ମିଳିନଥିବା ପ୍ରସଙ୍ଗ ଆଜି ମହାରଣାମାନେ ଉଠାଇଛନ୍ତି । ଦର୍ପଦଳନ ରଥର ୪ଟି ଦୁଆର ବେଢ଼ା କଢ଼ାଯିବା ପରେ ପାଉଣା ନେଇ ପ୍ରଶ୍ନ ଉଠିଛି । ରଖଖୋଲା ପାଉଣା ଦାବିରେ ଶ୍ରୀମନ୍ଦିର ପ୍ରଶାସନକୁ ଆଜି ଚିଠି ଲେଖିଛନ୍ତି ମୁଖ୍ୟ ମହାରଣା । ସେ କହିଛନ୍ତିି ପାଉଣା ଉପରେ ବିଚାର ନକରିବା ଯାଏଁ ଅନ୍ୟ ୨ରଥ ଖୋଲା ଯିବନାହିଁ । ଏହାସହ ରଥ କାମ ବନ୍ଦ ଥିବା ୧୨ଦିନର ପାଉଣା ମିଳି ନାହିଁ ବୋଲି ସେ କହିଛନ୍ତି । ଉଲ୍ଲେଖଯୋଗ୍ୟ ପାଉଣା ଦେବା ପାଇଁ ପ୍ରତିଶୃତି ଦେଇଥିଲା ଶ୍ରୀମନ୍ଦିର ପ୍ରଶାସନ । କିନ୍ତୁ ଏପର୍ଯ୍ୟନ୍ତ ତାହା ମିଳିନାହିଁ ।

Get real time updates directly on you device, subscribe now.