ରଥଯାତ୍ରା ଯାଉଥିଲେ ସାଙ୍ଗରେ ଘରକୁ ଆଣନ୍ତୁ ଏହି ଜିନିଷ, ଚମତ୍କାର ଭାବେ ବଦଳିଯିବ ଭାଗ୍ୟ

ରଥଯାତ୍ରା ସମୟରେ ଯଦି ଆପଣ ପୁରୀ ଯାଉଛନ୍ତି ତେବେ ସାଙ୍ଗରେ ଘରକୁ ଆଣନ୍ତୁ ଏହି ସବୁ ଜିନିଷ, ରହିବନି କୌଣସି ଅସୁବିଧା

ପୁରୀ: ଆଉ ଦିନ କେଇଟା ପରେ ରଥଯାତ୍ରା। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଏହି ସମୟରେ ମହାପ୍ରଭୁ ନିଜ ଭାଇ-ଭଉଣୀଙ୍କ ସହ ମାଉସୀ ମାଆଙ୍କ ପାଖକୁ ଯାଆନ୍ତି। ମହାପ୍ରଭୁ ନିଜ ଭକ୍ତମାନଙ୍କୁ ଦେଖିବା ଲାଗି ବଡ଼ ଦେଉଳରୁ ବାହାରକୁ ଆସନ୍ତି ବୋଲି ଭକ୍ତମାନେ କହିଥାଆନ୍ତି।

ତେବେ ଏହି ରଥଯାତ୍ରା ସମୟରେ ଯଦି ଆପଣ ପୁରୀ ଯାଉଛନ୍ତି ତେବେ ସାଙ୍ଗରେ ଘରକୁ ଆଣନ୍ତୁ ଏହି ସବୁ ଜିନିଷ। ଏହା ଆଣିବା ଦ୍ୱାରା ମହାପ୍ରଭୁଙ୍କ ଆଶୀର୍ବାଦ ରହିଥାଏ।

ରଥକାଠ: ରଥଯାତ୍ରା ସମୟରେ ତ ରଥକାଠ ଆଣି ହୁଏନି, କିନ୍ତୁ ପରେ ଏହି ରଥକାଠ ନିଲାମ ହୁଏ। ଏହି ସମୟରେ ଆପଣ ଆଣିପାରିବେ। ଏହାକୁ ଆଣି ଘରେ ପୂଜା କଲେ ଶୁଭ ଫଳ ମିଳିଥାଏ। ଆପଣଙ୍କ ଜୀବନରେ ଚାଲିଥିବା ସମସ୍ତ ଦୁଃଖ ଦୂର କରିଦିଅନ୍ତି ମହାପ୍ରଭୁ।

ନିର୍ମାଲ୍ୟ: ଶ୍ରୀମନ୍ଦିରରେ ଯେଉଁ ଅବଢା ହୁଏ ସେଇ ଭାତକୁ ଶୁଖାଯାଇ, ନିର୍ମାଲ୍ୟ ଭାବେ ବିକ୍ରି କରାଯାଇଥାଏ। ତେବେ ଏହି ନିର୍ମାଲ୍ୟକୁ ସାଙ୍ଗରେ ଘରକୁ ଆଣିବା ଦ୍ୱାରା ଆପଣଙ୍କ ଭଣ୍ଡାର କେବେ ଖାଲି ପଡ଼ିବ ନାହିଁ। ଏହାକୁ ଘରକୁ ଆଣିବା ପରେ ଆମିଷ ଖାଆନ୍ତୁ ନାହିଁ। ପ୍ରତିଦିନ ଏହାକୁ ସେବନ କଲେ ପୁଣ୍ୟ ମିଳିଥାଏ।

ତୁଳସୀ ମାଳା: ପୁରୀରେ ତୁଳସୀ ମାଳା ମିଳିଥାଏ। ଏହାକୁ ଆପଣ ରଥଯାତ୍ରା ସମୟରେ ଯଦି ଘରକୁ ଆଣନ୍ତି ତେବେ ଆପଣଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ହେବ। ଏହି ତୁଳସୀ ମାଳାକୁ ଘରେ ରଖିବା ଦ୍ୱାରା ଆରୋଗ୍ୟ ଏବଂ ଧନ-ବୈଭବ ପ୍ରାପ୍ତି ହୋଇଥାଏ।