ଜୁନ 30 ସୁଦ୍ଧା କରେଇ ଦିଅନ୍ତୁ ଏହି କାମ, ନଚେତ୍ ବନ୍ଦ ହୋଇଯିବ ମାଗଣା ରାସନ୍

ଚଳିତ ଜୁନରେ ସରିବ ରାସନ୍ କାର୍ଡ ପାଇଁ ଇ-KYC ଯାଞ୍ଚ । ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ଭୁବନେଶ୍ବର: ଚଳିତ ଜୁନରେ ସରିବ ରାସନ୍ କାର୍ଡ ପାଇଁ ଇ-KYC ଯାଞ୍ଚ । ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ବାଦ୍ ପଡ଼ିପାରନ୍ତି 20 ଲକ୍ଷ ହିତାଧିକାରୀ । କାରଣ ଏବେ ସୁଦ୍ଧା 20 ଲକ୍ଷ ହିତାଧିକାରୀ ଇ-KYC କରିନାହାନ୍ତି । ପ୍ରାୟ 95 ପ୍ରତିଶତ ଲୋକ ଇ-KYC କରି ସାରିଛନ୍ତି । ପ୍ରକ୍ରିୟା ଶେଷ ଭିତରେ କରି ନଥିଲେ ଅଯୋଗ୍ୟ ରାସନ୍ କାର୍ଡରୁ ବାଦ ପଡ଼ବେ । ତେବେ ଦୀର୍ଘ 13 ବର୍ଷ ଧରି ନୂଆ ରାସନ କାର୍ଡ ଦିଆଯାଉନଥିଲା ।