ନୂଆଦିଲ୍ଲୀ : ଯଦି ଆପଣଙ୍କର ଏକ ରେସନ କାର୍ଡ ଅଛି, ଆଉ ଏପର୍ଯ୍ୟନ୍ତ ଏପ୍ରିଲ ମାସ ପାଇଁ ରାସନ ଗ୍ରହଣ କରିନାହାଁନ୍ତି ତେବେ ଆପଣଙ୍କ ପାଇଁ ଖୁସୀ ଖବର । ରାସନକରାର୍ଡକୁ ନେଇ ଏବେ ନୂଆ ନିୟମ ଆସିଛି । ଯଦି ରାସନକାର୍ଡଧାରୀଙ୍କୁ ଗହମ ଓ ଚାଉଳ ମିଳିନାହିଁ ତେବେ ସେମାନଙ୍କୁ ଟଙ୍କା ଦେବା ପାଇଁ ସରକାର ଘୋଷଣା କରିଛନ୍ତି । ଗୋଲାପୀ ଏବଂ ହଳଦିଆ ରଙ୍ଗର ରାସନ କାର୍ଡଧାରୀଙ୍କୁ ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଟଙ୍କା ସେହି କାର୍ଡଧାରୀମାନଙ୍କୁ ଦିଆଯିବ ଯେଉଁମାନେ ଇ-ପୋଏସ୍ ସିଷ୍ଟମର ସର୍ଭର ଖରାପ ହେବା ପରେ ଏପ୍ରିଲରେ ରେସନ ଜିନିଷ ପାଇପାରିନଥିଲେ । ଏହି ଖବର କେରଳ ରାଜ୍ୟବାସୀଙ୍କ ପାଇଁ ବିଶେଷ ମହତ୍ତ୍ୱପୂର୍ଣ୍ଣ । କେରଳର ରାଜ୍ୟ ଖାଦ୍ୟ ଆୟୋଗଙ୍କ ତରଫରୁ ଏହି ଘୋଷଣା କରାଯାଇଛି ।
ସରକାରୀ ଆକଳନ ଅନୁଯାୟୀ, ଗୋଲାପୀ ଏବଂ ହଳଦିଆ କାର୍ଡର ୨.୬୬ ଲକ୍ଷ କାର୍ଡଧାରୀ ଏପ୍ରିଲରେ ରାସନ ପାଇପାରିବେ ନାହିଁ। ଆୟୋଗ ଦେଇଥିବା ଆଦେଶରେ କୁହାଯାଇଛି ଯେ ସର୍ଭର ସମସ୍ୟା ହେତୁ ସେମାନଙ୍କ ରାସନ ପାଇପାରିନଥିବା ଏଭଳି ରାସନ କାର୍ଡଧାରୀଙ୍କୁ ଖାଦ୍ୟ ଭତ୍ତା ଦିଆଯିବ। ରାଜ୍ୟର ଗୋଲାପୀ କାର୍ଡ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ଚାରି କିଲୋଗ୍ରାମ ଗହମ ଅଟା ଏବଂ ଏକ କିଲୋଗ୍ରାମ ଗହମ ଦିଆଯାଏ । ସେହିଭଳି ହଳଦିଆ କାର୍ଡଧାରୀ ପରିବାରକୁ ୩୦ କିଲୋଗ୍ରାମ ଚାଉଳ ଦିଆଯାଏ ।