ନୂଆ ନିୟମରେ ରାସନ କାର୍ଡ କଟିିବା ଆଗରୁ ଜାଣନ୍ତୁ କରିବେ କଣ, କେମିତି ବୈଧ ରହିବ ଆପଣଙ୍କ କାର୍ଡ?

ନୂଆଦିଲ୍ଲୀ: ସରକାର ଭୂତ ଓ ଅଯୋଗ୍ୟ ହିତାଧିକାରୀଙ୍କୁ ରାସନ ତାଲିକାରୁ କାଟିବାକୁ ଯାଉଛନ୍ତି । ଏଥିପାଇଁ କଡା ଗାଇଡଲାଇନ ଜାରି ହୋଇଛି । ତେଣୁ କାଳେ ଯୋଗ୍ୟ ହିତାଧିକାରୀଙ୍କ ନାଁ କଟିଯିବ, ସେଥିପାଇଁ ସମୟ ଥାଇ ଏହି ସବୁ କାମ କରିନିଅନ୍ତୁ, ଯେମିତି ଆପଣଙ୍କ ରାସନ ପାଇବାରେ କୌଣସି ସମସ୍ୟା ହେବା ନାହିଁ ।

ଏଥିପାଇଁ ଯୋଗ୍ୟ ହିତାଧିକାରୀ ଏହି ସବୁ କାମ କରାଇ ନିଅନ୍ତୁ ଓ ନିଜ ରାସନ ନିୟମିତ ନେବାର ବାଟ ଖୋଲା ରଖନ୍ତୁ । ଖାଲି ରାସନ ସାମଗ୍ରୀ ନୁହେଁ, ଏହି ବର୍ଗ ପାଇଁ ଅନେକ ଗୁଡିଏ ସୁବିଧା ସୁଯୋଗ ମଧ୍ୟ ସରକାର ଦେଉଛନ୍ତି, ସେସବୁର ମଧ୍ୟ ଲାଭ ଉଠାନ୍ତୁ । ତେଣୁ ଆଗ ଯାଇ ନିଜ ରାସନ କାର୍ଡର ଇ-କେଓା୍ୱଇସି କରାଇ ନିଅନ୍ତୁ । ରାସନ କାର୍ଡରେ ପରିବାରର ଯେଉଁ ସଦସ୍ୟଙ୍କ ନାଁ ପଞ୍ଜିକରଣ ହୋଇଛି, ସେମାନଙ୍କ ଇ-କେୱାଇସିକୁ ସରକାର ବାଧ୍ୟତାମୂଳକ କରିଛନ୍ତି । ଏପରି କରିବା ଦ୍ୱାରା ସରକାର ଯୋଗ୍ୟ ଓ ଅଯୋଗ୍ୟ ହିତାଧିକାରୀଙ୍କ ଚିହ୍ନଟ କରିପାରିବେ ।

ଏପରି ନ କଲେ ତାଲିକାରୁ ହିତାଧିକାରୀଙ୍କ ନାଁ କଟିଯିବ । ଏହି ପ୍ରକ୍ରିୟା ଅନୁଯାୟୀ ଆସନ୍ତା ୧ ତାରିଖରୁ ବିନା ଇ-କେୱାଇସି ହୋଇଥିବା କାର୍ଡକୁ ସରକାର ଅବୈଧ କରିଦେବେ ଓ କାଟିଦେବେ । ଫଳରେ ଡିସେମ୍ବର ମାସରୁ ଆଉ ରାସନ ସାମଗ୍ରୀ ମିଳିପାରିବ ନାହିଁ । ତେଣୁ ନଭେମ୍ବର ଶେଷ ତାରିଖ ସୁଦ୍ଧା ଲିଙ୍କ କରାଇ ନେବା ଜରୁରୀ ।