ନୂଆଦିଲ୍ଲୀ- ଖାଦ୍ୟ ସୁରକ୍ଷାକୁ ନେଇ କେନ୍ଦ୍ର ସରକାର ଗରିବ ଲୋକଙ୍କୁ ଯୋଗାଇ ଦେଉଛନ୍ତି ଖାଦ୍ୟ । ଏଥିରେ ଲୋକଙ୍କୁ ମାଗଣାରେ ରାସନ ଯୋଗାଇବାର ବ୍ୟବସ୍ଥା ରହିଛି । କିଛି ରାଜ୍ୟରେ ଚାଉଳ ବ୍ୟତୀତ ତେଲ, ଅଟା ଆଦି ମଧ୍ୟ ମିଳୁଛି । ତେବେ ରାସନ କାର୍ଡ ଧାରୀ ସରକାରଙ୍କ ବିଭିନ୍ନ ନିୟମ ଓ କଟକଣାକୁ ସମ୍ପର୍କରେ ଅପଡେଟ୍ ରହିବା ଦରକାର । ନୋହିଲେ କଟିଯିବ ଆପଣଙ୍କ ରାସନ କାର୍ଡ ।
ଏଇ ଯେମିତି ଉତ୍ତର ପ୍ରଦେଶରେ କୌଣସି ରାସନ କାର୍ଡ ୬ ମାସ ଯାଏଁ ବ୍ୟବହାର ନ ହେଲେ ବା ରାସନ ସାମଗ୍ରୀ ଉଠାଣ ନ ହେଲେ ସେହି କାର୍ଡକୁ ସରକାର କାଟି ଦିଅନ୍ତି । ସେହିପରି ଦିଲ୍ଲୀରେ ମଧ୍ୟ ରହିଛି ସମାନ ବ୍ୟବସ୍ଥା । ତେବେ ଦିଲ୍ଲୀରେ ୬ ମାସ ବଦଳରେ ତିନି ମାସ ଅବ୍ୟବହୃତ କାର୍ଡକୁ କ୍ୟାନ୍ସେଲ କରନ୍ତି ସରକାର । ହରିଆଣା, ବିହାର, ଝାରଖଣ୍ଡ ଏମିତି କି ଆମ ରାଜ୍ୟରେ ମଧ୍ୟ ସରକାରଙ୍କ ତରଫରୁ କିଛି କଟକଣା ରହିଛି । ଏହାକୁ ଉଲ୍ଳଙ୍ଘନ କଲେ ରାସନ କାର୍ଡ କଟିଯିବ ।
ତେଣୁ ରାସନକାର୍ଡ ଧାରୀ ନିଜ ରାସନ ସାମଗ୍ରୀ ଯେଉଁ ମାସରେ ଆସୁଛି, ତାକୁ ସେହି ମାସରେ ହିଁ ସଂଗ୍ରହ କରିବା ଉଚିତ୍ । ଏପରି କରିବା ଦ୍ୱାରା ରାସନ ଡିଲରଙ୍କ ଦ୍ୱାରା କଳାବଜାରୀ ହେବାର ସମ୍ଭାବନା ରହିବ ନାହିଁ । ତେଣୁ ରାସନ କାର୍ଡ ବ୍ୟବହାର କରୁଥିବା ବ୍ୟକ୍ତି ଏହିସବୁ ଦିଗପ୍ରତି ଯତ୍ନବାନ ହେବା ଦରକାର ।