fbpx
BJD SKY
BJD SKY

ମାଲାମାଲ୍ ହେବ ରାସନ କାର୍ଡଧାରୀ ! ସରକାର ଦେଉଛନ୍ତି ୧୦୦୦-୧୦୦୦ ଟଙ୍କା ନଗଦ, ଜାରି ହେଲା ନୋଟିଫିକେସନ୍

BJD

ନୂଆଦିଲ୍ଲୀ: ରାସନ କାର୍ଡଧାରୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସିଖବର । ଯଦି ଆପଣଙ୍କ ପାଖରେ ମଧ୍ୟ ଏକ ରାସନ କାର୍ଡ ଅଛି, ତେବେ ସରକାର ଆପଣଙ୍କୁ ଜାନୁଆରୀ ମାସରେ ୧୦୦୦-୧୦୦୦ ଟଙ୍କା ଦେବେ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ନିର୍ଦ୍ଦେଶ ଜାରି ହୋଇଛି । ତେବେ କେନ୍ଦ୍ର ସରକାର ବ୍ୟତୀତ ରାଜ୍ୟ ସରକାର ମଧ୍ୟ ଗରିବ ଏବଂ ଅସହାୟ ଲୋକଙ୍କ ପାଇଁ ସମୟ ସମୟରେ ଅନେକ ଯୋଜନା ଚଳାନ୍ତି । କେଉଁ ରାଜ୍ୟର ଲୋକଙ୍କ ଆକାଉଣ୍ଟକୁ ୧୦୦୦ ଟଙ୍କା ଟ୍ରାନ୍ସଫର କରାଯିବ, ଆସନ୍ତୁ ଜାଣିବ…

ତାମିଲନାଡୁ ସରକାର ଦେବେ ଟଙ୍କା:-
ତାମିଲନାଡୁ ସରକାର ଏହି ଟଙ୍କା ରାଜ୍ୟବାସୀଙ୍କୁ ଏହି ଟଙ୍କା ଦେବାକୁ ଘୋଷଣା କରିଛନ୍ତି । ରାଜ୍ୟ ମୁଖ୍ୟମନ୍ତ୍ରୀ ଏମ୍.କେ.ଷ୍ଟାଲିନ୍ ଆସନ୍ତା ମାସରେ ପୋଙ୍ଗଲ ପର୍ବ ଅବସରରେ ରାସନ କାର୍ଡଧାରୀଙ୍କୁ ୧୦୦୦-୧,୦୦୦ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍.କେ.ଷ୍ଟାଲିନ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ଆସନ୍ତା ମାସରେ ପୋଙ୍ଗଲ ଅବସରରେ ସେ ରାସନ କାର୍ଡଧାରୀଙ୍କୁ ୧୦୦୦-୧୦୦୦ ଟଙ୍କା ଦିଆଯିବ । ପୋଙ୍ଗଲ ଅବସରରେ ରାଜ୍ୟ ସରକାର ପ୍ରତିବର୍ଷ ଗରିବ ଲୋକଙ୍କୁ କିଛି ପରିମାଣର ଟଙ୍କା ଦିଅନ୍ତି । ଏହା ସହିତ ଚାଉଳ, ଚିନି ପରି ଜିନିଷ ମଧ୍ୟ ଉପହାର ଭାବରେ ଦିଆଯାଏ ।

ସରକାରୀ ବିବୃତ୍ତି ଅନୁଯାୟୀ, ୧୦୦୦ ଟଙ୍କା ଦେବା ବ୍ୟତୀତ ସମସ୍ତ ରାସନ କାର୍ଡଧାରୀଙ୍କୁ ଉପହାର ସ୍ୱରୂପ ଚାଉଳ ଦିଆଯିବ । ଏହି ଆଦେଶ ଶ୍ରୀଲଙ୍କାର ପୁନର୍ବାସ ଶିବିରରେ ରହୁଥିବା ପରିବାର ପାଇଁ ମଧ୍ୟ ଲାଗୁ ହେବ । ସରକାରୀ ବିବୃତ୍ତି ଅନୁଯାୟୀ ହିତାଧିକାରୀଙ୍କୁ ଏକ କିଲୋଗ୍ରାମ ଚାଉଳ ଏବଂ ଏକ କିଲୋଗ୍ରାମ ଚିନି ମଧ୍ୟ ଦିଆଯିବ ।

ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟର ପ୍ରାୟ ୨.୧୯ କୋଟି କାର୍ଡଧାରୀ ଉପକୃତ ହେବେ । ଏହି ନିଷ୍ପତ୍ତି ଫଳରେ ସରକାର ପ୍ରାୟ ୨୩୫୬.୬୭ କୋଟି ଟଙ୍କା ଭାର ଅଧିକ ବହନ କରିବେ । ଷ୍ଟାଲିନ ଜାନୁଆରୀ ୨ ରେ ଏଠାରେ ପୋଙ୍ଗଲ ଉପହାର ଯୋଜନା ଆରମ୍ଭ କରିବେ ଏବଂ ଜାନୁଆରୀ ୧୫ ରେ ଏହି ପର୍ବ ପାଳନ କରାଯିବ ।

Get real time updates directly on you device, subscribe now.