fbpx

ରାସନ କାର୍ଡ ଥିବା ବ୍ୟକ୍ତିଙ୍କୁ ଚାଉଳ ସହିତ ମାଗଣାରେ ମିଳିବ ଏହି ସବୁ! ଜାଣନ୍ତୁ କ’ଣ

ନୂଆଦିଲ୍ଲୀ: ଆଗକୁ ଆସୁଛି ବିଧାନସଭା ନିର୍ବାଚନ, ଯାହାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶର ଯୋଗୀ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଉତ୍ତରପ୍ରଦେଶର ରାସନ କାର୍ଡ ଥିବା ହିତାଧିକାରୀଙ୍କ ପାଇଁ ଏକ ଖୁସି ଖବର ରହିଛି । ବର୍ତ୍ତମାନ ଏହି ହିତାଧିକାରୀମାନେ ଚାଉଳ ସହିତ ଡାଲି, ତେଲ ଏବଂ ଲୁଣ ମାଗଣାରେ ପାଇବେ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ବାଚନ ପୂର୍ବରୁ ଲୋକଙ୍କୁ ତେଲ, ଡାଲି ଏବଂ ଲୁଣ ବାଣ୍ଟିବାକୁ ଘୋଷଣା କରିଛନ୍ତି । ଶାହାଜାହାନପୁରରୁ ଏହାର ଆରମ୍ଭ ମଧ୍ୟ ହୋଇସାରିଛି । ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ଆହୁରି ଅନେକ ବଡ଼ ଘୋଷଣା କରିପାରିବେ ବୋଲି ଆଶଙ୍କା ରହିଛି ।

ରାଜ୍ୟ ସରକାର ଡିସେମ୍ବରରୁ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଆୟୋଡାଇଜଡ୍ ଲୁଣ, ଡାଲି ଏବଂ ଖାଇବା ତେଲ ଯୋଗ୍ୟ ଘରୋଇ କାର୍ଡଧାରୀମାନଙ୍କୁ ମାଗଣାରେ ଯୋଗାଇଦେବେ । କ୍ୟାବିନେଟ୍ ଏହି ନିଷ୍ପତ୍ତି ନେବା ପରେ ଖାଦ୍ୟ ଏବଂ ଲଜିଷ୍ଟିକ୍ ବିଭାଗ ମଧ୍ୟ ଏ ବାବଦରେ ଏକ ନିର୍ଦ୍ଦେଶ ଜାରି କରିଛି ।

ବିଧାୟକଙ୍କ ସହ ଓ ବିଭିନ୍ନ ସଂଗଠନ ସହ ଆଲୋଚନା ସମୟରେ ମାଗଣା ରାସନ ବଣ୍ଟନ କରିବାର ଏହି ଯୋଜନାକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । କେନ୍ଦ୍ର ସରକାରଙ୍କ ଯୋଜନା ଅଧୀନରେ ୩ କିଲୋଗ୍ରାମ ଗହମ ଏବଂ ୨ କିଲୋଗ୍ରାମ ଚାଉଳ ଦିଆଯାଉଛି । କିନ୍ତୁ ରାଜ୍ୟ ସରକାର ଏଥିରେ ୧ କିଲୋଗ୍ରାମ ଡାଲି, ୧ ଲିଟର ତେଲ ଓ ଏକ ଲୁଣ ପ୍ୟାକେଟ୍ ଦେବେ ।

Get real time updates directly on you device, subscribe now.