ଲକ୍ଷ୍ନୌ: ମହାକୁମ୍ଭକୁ ଦିବ୍ୟ ଏବଂ ଭବ୍ୟ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ଯୋଗୀ ସରକାର । ଏନେଇ ରାଜ୍ୟର ସମସ୍ତ ଅଧିକାରୀଙ୍କୁ ଆବଶ୍ୟକୀୟ ପ୍ରସ୍ତୁତି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।
ଅପରପକ୍ଷରେ ମହାକୁମ୍ଭକୁ ଆସୁଥିବା ସମସ୍ତ ଶ୍ରଦ୍ଧାଳୁଙ୍କ ଭୋଜନ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି । ରାଜ୍ୟ ସରକାର ମେଳା ପରିସରରେ ପ୍ରାୟ ୧୩୮ଟି ଅନ୍ନ ଭଣ୍ଡାର ଖୋଲିଛନ୍ତି ।
ଶାସ୍ତାରେ ମିଳିବ ରାସନ:
ରାଜ୍ୟ ସରକାର ମେଳା କ୍ଷେତ୍ରରେ ୧୩୮ଟି ଅନ୍ନ ଭଣ୍ଡାର ଖୋଲିଛନ୍ତି । ଏହି ଦୋକାନରେ ସାଧୁ ସନ୍ଥଙ୍କ ପାଇଁ ୧ ଳକ୍ଷ ୨୦ ହଜାର ଧଳା ରାସନ କାର୍ଡ଼ ପ୍ରସ୍ତୁତି ପାଇଁ ବ୍ୟବସ୍ଥା ମଧ୍ୟ କରାଯାଇଛି । ଏହି ରାସନ କାର୍ଡ଼ରେ କମ୍ ମୂଲ୍ୟରେ ରାସନ ସାମଗ୍ରୀ ଯୋଗାଇ ଦିଆଯିବ ।
ଅଟା କିଲୋ ପିଛା ୫ ଟଙ୍କା ଏବଂ ଚାଉଳ କିଲୋ ପିଛା ୬ ଟଙ୍କାରେ ଉପଲବ୍ଧ ହେବ । ଏହା ବ୍ୟତୀତ ଚିନି କିଲୋ ପିଛା ୧୮ ଟଙ୍କା ମୂଲ୍ୟ ଧାର୍ଯ୍ୟ କରାଯାଇଛି ।
ତିନି ପ୍ରକାର ସିଲିଣ୍ଡର ବ୍ୟବସ୍ଥା:
ମହାକୁମ୍ଭରେ ଭୋଜନ ପ୍ରସ୍ତୁତି ପାଇଁ ୨୫ଟି ସେକ୍ଟରରେ ଏଜେନ୍ସି ନିଯୁକ୍ତ କରାଯାଇଛି । ମହାକୁମ୍ଭରେ ୩ଟି ଯଥା ୫ କିଲୋ, ୧୪.୨ କିଲୋ ଏବଂ ୧୯ କିଲୋ ସିଲିଣ୍ଡର ଭରାଯିବା ବ୍ୟବସ୍ଥା କରାଯାଇଛି । ଆଖଡ଼ା ଏବଂ ଅନୁଷ୍ଠାନ ପାଇଁ ୮୦୦ ପରମିଟ୍ ବ୍ୟବସ୍ଥା ରହିଛି ।