ଆସନ୍ତା 9ରୁ 15 ତାରିଖ ଯାଏଁ ବନ୍ଦ ରହିବ ରତ୍ନ ଭଣ୍ଡାର ମରାମତି, ଜାଣନ୍ତୁ କଣ ରହିଛି କାରଣ

ମନ୍ଦିର ପ୍ରଶାସନର ସୂଚନା । 7ଦିନ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି ।

ଭୁବନେଶ୍ବର: ସାତ ଦିନ ଧରି ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାମ । ଆସନ୍ତା 9 ତାରିଖରୁ 15 ତାରିଖ ଯାଏଁ ବନ୍ଦ ରହିବ ରତ୍ନ ଭଣ୍ଡାର ମରାମତି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଦୋଳଯାତ୍ରାର ବିଶେଷ ନୀତିକାନ୍ତି ପାଇଁ ବନ୍ଦ ରଖାଯାଇଥିବା ନେଇ ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ତେବେ ଆସନ୍ତା 14 ତାରିଖରେ ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା ଅନୁଷ୍ଠିତ ହେବ । ଏହି ଦିନ ସୁନାବେଶରେ ଦର୍ଶନ ଦେବେ ମହାବାହୁ ।

ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରାଯାଇଛି । ହୋଲିରେ ଶହଶହ ଶ୍ରଦ୍ଧାଳୁଙ୍କର ଭିଡ଼ ଏବଂ ଅନେକ ନୀତିକାନ୍ତିକୁ ଦୃଷ୍ଟିରେ ରଖି ଆସନ୍ତା 9ରୁ 15 ତାରିଖ ଯାଏଁ ରତ୍ନଭଣ୍ଡାର ମରାମତି କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି ।

ପ୍ରକାଶଥାଉକି, ପୂର୍ବରୁ ମଧ୍ୟ 2 ଦିନ ରତ୍ନଭଣ୍ଡାର ମରାମତି କାର୍ଯ୍ୟକୁ ସ୍ଥଗିତ ରଖାଯାଇଥିଲା । ଗତ 5 ତାରିଖରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହୋଇଥିଲା । ଫଳରେ 5 ଏବଂ 6 ତାରିଖରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟକୁ ସ୍ଥିଗିତ ରଖାଯାଇଥିଲା । ଏବେ ପୁଣି 7 ଦିନ ବନ୍ଦ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।