‘ରଥଯାତ୍ରା ସମୟରେ ଶେଷ ହେବ ରତ୍ନଭଣ୍ଡାର ମରାମତି’, ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ଏହି ସମୟରେ ଶେଷ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ
ପୁରୀ: ରଥଯାତ୍ରା ସମୟରେ ଶେଷ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ। ରତ୍ନଭଣ୍ଡାର, ଗର୍ଭଗୃହ, ଜଗମୋହନ ଓ ନାଟମଣ୍ଡପ ମରା,ତି ସରିବ ବୋଲି ସୂଚନା ମିଳିଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ।
ସେ କହିଛନ୍ତି ଯେ, ଜୁନ ୨୮ରୁ ଜୁଲାଇ ୬ ଭିତରେ ରତ୍ନଭଣ୍ଡାର ଚଟାଣ ମରାମତି ସରିବ। ଭିତର ଭଣ୍ଡାରର କବାଟକୁ ସୁନା ଛାଉଣୀ ପାଇଁ ପ୍ରସ୍ତାବ ଦିଆଯାଇଛି। ବାହାର ରତ୍ନଭଣ୍ଡାରରେ ରୂପା ଛାଉଣୀ କରାଯିବ। ପୂର୍ବ ନିଷ୍ପତ୍ତି ଅନୁଯାୟୀ ବନ୍ଦ ରହିଛି ଭଣ୍ଡାରର ମରାମତି କାର୍ଯ୍ୟ। ଏପ୍ରିଲ ୨୯ରୁ ଜୁନ ୨୭ ପର୍ଯ୍ୟନ୍ତ ମରାମତି କାମ ବନ୍ଦ ରହିଛି।
ସେ ଆହୁରି କହିଛନ୍ତି ଯେ, ଭିତର ରତ୍ନଭଣ୍ଡାର ମରାମତି ପ୍ରାୟତଃ ଶେଷ, କେବଳ ଚଟାଣ କାମ ବାକି ରହିଛି। ଗର୍ଭଗୃହ ଭିତରେ ଷ୍ଟେନଲେସ ଷ୍ଟିଲର ଜାଲି ଲାଗିବ। ନାଟମଣ୍ଡପ, ଜଗମୋହନ ମରାମତି କାମ ମଧ୍ୟ କରାଯିବ।
ନାଟମଣ୍ଡପକୁ ଶୀତତାପ ନିୟନ୍ତ୍ରିତ କରିବାକୁ ଆଲୋଚନା ହୋଇଛି। ଷ୍ଟ୍ରକଚରାଲ୍ ସେଫ୍ଟିକୁ ଗୁରୁତ୍ୱ ସହ ଶୀତତାପ ବ୍ୟବସ୍ଥା କରାଯିବ। ଏଥିପାଇଁ ଏଏସଆଇର ଅନୁମୋଦନ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଶ୍ରୀମନ୍ଦରି ଟେକ୍ନିକାଲ କମିଟି, ଏଏସଆଇ ମିଳିତ ଭାବେ ସବୁ ତଦାରଖ କରିବେ।