୪ ଦିନ ସ୍ଥଗିତ ରହିବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ

ଆସନ୍ତା ଜାନୁଆରୀ ୧୨ରୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ବନ୍ଦ ରହିବ । ମକର ସଂକ୍ରାନ୍ତି ଓ ଅନ୍ୟାନ୍ୟ ନୀତିକାନ୍ତି ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ପୁରୀ: ରତ୍ନଭଣ୍ଡାର ମରାମତିକୁ ନେଇ ଆସିଲା ବଡ଼ ଖବର । ଆସନ୍ତା ୧୨ରୁ ୧୫ ତାରିଖ ପର୍ଯ୍ୟନ୍ତ ରନ୍ନଭଣ୍ଡାର ମରାମତି ସ୍ଥଗିତ ରଖାଯାଇଛି ।

ମକର ସଂକ୍ରାନ୍ତି ସହ ଅନ୍ୟାନ୍ୟ ନୀତିକାନ୍ତି ଦୃଷ୍ଟିରୁ ମରାମତି କାର୍ଯ୍ୟ ବନ୍ଦ ରହିବ ।

ଜାନୁଆରୀ ୧୬ରୁ ପୁଣି ଥରେ ମାର୍ଗଦର୍ଶିକା ଅନୁସାରେ ମରାମତି କାର୍ଯ୍ୟ ଆରମ୍ଭ ହେବ ।

ବନ୍ଦ ଥିଲା ରତ୍ନଭଣ୍ଡାର କାର୍ଯ୍ୟ: ବଡ଼ ଦିନ ଏବଂ ନୂଆବର୍ଷକୁ ଦୃଷ୍ଟିରେ ରଖି ଗତ ଡିସେମ୍ବର ୨୫ରୁ ଜାନୁଆରୀ ୨ ତାରିଖ ଯାଏଁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ବନ୍ଦ ରଖାଯାଇଥିଲା । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା ।

ପରେ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ଏଏସଆଇ ପକ୍ଷରୁ ଜାନୁଆରୀ ୩ରୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ପୁନଃ ଆରମ୍ଭ ହୋଇଥିଲା ।

ପ୍ରାଥମିକ ପର୍ଯ୍ୟାୟରେ ଏଏସ୍‌ଆଇ ପକ୍ଷରୁ ନିୟୋଜିତ କୁଶଳୀ ଶ୍ରମିକମାନେ ଭିତର ରତ୍ନଭଣ୍ଡାରରେ ଲୁହା ପାଇପ୍‌ ଭାରାବନ୍ଧା କାମ ଶେଷ କରିଥିଲେ ।