fbpx

ଥାନାରେ ରଖାଯାଇଥିବା ଅପରାଧିଙ୍କ ଫାଇଲ୍ କାଟିଦେଲେ ମୂଷା, ଜବତ ଗଞ୍ଜେଇ ଖାଇ କରୁଛନ୍ତି ଉତ୍ପାତ

ନୂଆଦିଲ୍ଲୀ: ବେଳେ ବେଳେ ଏପରି ଘଟଣାମାନ ସାମ୍ନାକୁ ଆସିଥାଏ ଯାହା ଆମକୁ ପୁରା ବିସ୍ମିତ କରି ଦେଇଥାଏ । ଆଉ କିଛି ଏପରି ଘଟଣା ରହିଛି ଯାହା ଆମକୁ ହସାଇ ହସାଇ ବି ବେଦମ କରିଦିଏ । ଏବେ ଆମେରିକା ଲୁସିଆନାର ନ୍ୟୁ ଅର୍ଲିୟନ୍ସରୁ ଏପରି କିଛି ଘଟଣା ସାମ୍ନାକୁ ଆସିଛି ଯାହା ପୋଲିସ ଅଧିକାରୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ପୋଲିସ ବିଭାଗର ଅଧିକାରୀ କହିଛନ୍ତି ବିଭାଗର ମୁଖ୍ୟାଳୟରେ ଏତେ ଅଧିକ ମାତ୍ରାରେ ମୂଷା ହୋଇଛନ୍ତି କି ସେମାନେ ପ୍ରମାଣ କୋଠରୀରେ ରଖାଯାଇଥିବା ଜବତ ଗଞ୍ଜେଇ ଖାଇବା ସହ ନିଶାରେ ପାଗଳ ପରି ଆଚରଣ କରୁଛନ୍ତି ।

ପୋଲିସ ଅଧୀକ୍ଷକ ଏନୀ କିର୍କପାଟ୍ରିକ୍ ସହର ପରିଷଦର ଅପରାଧିକ ନ୍ୟାୟ ସମିତିକୁ କହିଛନ୍ତି କି ଥାନା ବିଲ୍ଡିଂ ଅସରପା ଓ ମୂଷାରେ ଭର୍ତ୍ତି ହୋଇଛି । ଏହି ମୂଷାମାନେ ଆମ କେସ୍‌ର ପ୍ରମାଣ ନଷ୍ଟ କରିବାରେ ଲାଗିଛନ୍ତି ।

ସହରର ମୁଖ୍ୟ ପ୍ରଶାସନିକ ଅଧିକାରୀ ଗିଲବର୍ଟ ମୋଣ୍ଟାନୋ କହିଛନ୍ତି ଗତ ବର୍ଷ ତାପମାତ୍ରା ଏତେ ଅଧିକ ଥିଲା ଯେ, ଥାନା ମୁଖ୍ୟାଳୟକୁ ବନ୍ଦ କରିବାକୁ ହୋଇଥିଲା । ଏହା ବ୍ୟତିତ ବେଳେ ବେଳେ ଏପରି ଥଣ୍ଡା ପଡିଥାଏ କି ଆମ ଅଧିକାରୀ ସେଠାରେ ରହିବା ସମ୍ଭବ ହୁୁଏ ନାହିଁ । ଫଳରେ କୋଠାକୁ ବନ୍ଦ କରିବାକୁ ହୋଇଥାଏ । ଏହି ବନ୍ଦ ସମୟରେ ସେଠାରେ ଏତେ ମୂଷା ହୋଇଯାଇଛନ୍ତି କି ସେମାନେ ଏବେ ଥାନାରେ ଉତ୍ପାତ ସୃଷ୍ଟି କରିଛନ୍ତି ଓ ସମସ୍ତ ଅପରାଧିକ ଫାଇଲ୍ କାଟି ନଷ୍ଟ କରି ଦେଇଛନ୍ତି ।

Get real time updates directly on you device, subscribe now.